କନକ ବ୍ୟୁରୋ : କୁଲଗାମରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ଦୁଇ ଆତଙ୍କୀ ଫସିଛନ୍ତି । ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଜଙ୍ଗଲ ଅଞ୍ଚଳରେ ‘ଅପରେସନ୍ ଅଖଲ’ ଅଧୀନରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଅପରେସନ୍ ଶନିବାର ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି । ଜମ୍ମୁ ଓ କାଶ୍ମୀର ପୁଲିସ, ଭାରତୀୟ ସେନା ଓ ସିଆର୍ପିଏଫ୍ର ମିଳିତ ଦଳ ଗୁଇନ୍ଦା ସୂଚନା ଆଧାରରେ ଅଖଲ ଜଙ୍ଗଲରେ ଘେରା ବନ୍ଦୀ ଓ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ଏହା ଏନ୍କାଉଣ୍ଟରରେ ପରିଣତ ହୋଇଥିଲା । ଭାରତୀୟ ସେନାର ଚିନାର କର୍ପସ ଅନୁଯାୟୀ, ରାତି ସାରା ଜାରି ରହିଥିବା ତୀବ୍ର ଗୁଳି ବିନିମୟ ମଧ୍ୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଦୁଇ ଜଣ ଆତଙ୍କୀ ଏବେ ବି ଫସି ରହିଛନ୍ତି ।
ସେନାର ‘ଅପରେସନ୍ ଅଖଲ’
ଦୁଇ ଜଣ ଆତଙ୍କବାଦୀ ଏବେ ବି ଫସି ରହିଥିବା ଅନୁମାନ
ଶୁକ୍ରବାର ସନ୍ଧ୍ୟାରୁ ଅପରେସନ୍ ଆରମ୍ଭ, ରାତି ସାରା ଗୁଳି ବିନିମୟ
ଜମ୍ମୁ ଓ କାଶ୍ମୀର ପୁଲିସ, ସେନା ଓ ସିଆର୍ପିଏଫ୍ର ମିଳିତ ଅଭିଯାନ
ସାତ ଦିନ ମଧ୍ୟରେ ଅପରେସନ୍ ଅଖଲ ହେଉଛି ତୃତୀୟ ବଡ଼ ଏନ୍କାଉଣ୍ଟର
ଅପରେସନ୍ ମହାଦେବରେ ପହଲଗାମ୍ ଆକ୍ରମଣ ପଛର ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/02/2649639-untitled-1-2025-09-02-15-59-51.jpeg)