କନକବ୍ୟୁରୋ: ଯେଉଁ ହାତ ଧରି ଦିନେ ସାତ ଜନମର ସାଥୀ କରିଥିଲା ସେହି ହାତରେ ଏବେ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ପ୍ରତ୍ୟେକ ଦିନ ଆମେ ବିଭିନ୍ନ ପ୍ରକାର କାହାଣୀ ସମାଜରେ ଶୁଣୁଛେ କିନ୍ତୁ ଆଜି ଏକ ଭିନ୍ନ କାହାଣୀ ଶୁଣି ଆମେ ମଧ୍ୟ ତାଜୁବ ହୋଇପାରୁଛେ । ସ୍ତ୍ରୀ ର ଅତ୍ୟଧିକ  ଖର୍ଚ୍ଚ ପାଇଁ ସ୍ୱାମୀ ନିଜ ସାଥୀ ମାନଙ୍କ ସହ ମିଶି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏ ଘଟଣା ଶୁଣିବା ପରେ ସମସ୍ତଙ୍କୁ ତାଜୁବ କରିଛି । ଆଗ ରଚାଯାଇଥିଲା  ଷଡଯନ୍ତ୍ର ପରେ ତାହା ଦିଆଯାଇଥିଲା ହତ୍ୟାର ଷଡଯନ୍ତ୍ର ।

କିଏ ପରକୀୟା ପାଇଁ ପତ୍ନୀଙ୍କୁ ହତ୍ୟା କରେ ତ ଆଉ କିଏ ନିଶାଗ୍ରସ୍ତ ହୋଇ ରାଗରେ ପତ୍ନୀଙ୍କୁ ହତ୍ୟା କରିଥିବାର ଅନେକ ନଜିର ରହିଛି  । ହେଲେ ମଧ୍ୟପ୍ରଦେଶର ଏକ ଘଟଣା ଆପଣଙ୍କୁ ଚକିତ କରିଦେବ  । ପତ୍ନୀର ଦୋଷ ଥିଲା ସେ ସ୍ୱାମୀଙ୍କୁ ବହୁତ ଖର୍ଚ୍ଚାନ୍ତ କରୁଥିଲେ  । ଯେଉଁଥିରେ ରାଗିଯାଇ ପତ୍ନୀଙ୍କୁ ହତ୍ୟା କରିଛି ଜଣେ ସ୍ୱାମୀ  କରିଥିଲା ଏମିତି  । ଦ୍ୱିତୀୟ ପତ୍ନୀ ଖର୍ଚ୍ଚାନ୍ତ କଲେ ବୋଲି ସ୍ୱାମୀ ହତ୍ୟାର ଷଡ଼ଯନ୍ତ୍ର କରିଥିଲା  । ଭାଇଙ୍କ ସହ ମୋଟର ସାଇକେଲରେ ଯାଉଥିବାବେଳେ ଜଣେ ସହଯୋଗୀ ସହ ମିଶି ଏଭଳି ବୀଭତ୍ସ କାଣ୍ଡ ଭିଆଇଥିଲା ସ୍ୱାମୀ  । କାର୍‌ରେ ବାଇକକୁ ଧକ୍କା ଦେବାରୁ ଡାକ୍ତରଖାନାରେ ପତ୍ନୀର ମଧ୍ୟ ମୃତ୍ୟୁ ହୋଇଯାଇଥିଲା  । ସ୍ୱାମୀ ରଚିଥିଲା ସ୍ତ୍ରୀକୁ ମାରିବା ପାଇଁ ଷଡଯନ୍ତ୍ର । 

ଆପଣମାନେ ବିଭିନ୍ନ କାହାଣୀ ଶୁଣିଥିବେ ସମ୍ଫର୍କକୁ ନେଇ କିନ୍ତୁ ଏଭଳି ଏବେ ଗୋଟିଏ କାହାଣୀର ସମସ୍ତଙ୍କୁ ଚକିତ କରିଛି । ପ୍ରଥମେ ଅଭିଯୁକ୍ତ ସ୍ୱାମୀ ଜଣଙ୍କ ରଚିଥିଲା ଷଡଯନ୍ତ୍ର ଓ ତା ପରେ ସେ ଷଡଯନ୍ତ୍ରର ଶିକାର କରିଥିଲେ ନିଜର ଦ୍ୱିତୀୟ ପତ୍ନୀକୁ । ସ୍ତ୍ରୀର ଅତ୍ୟଧିକ ଖର୍ଚ୍ଚ ସ୍ୱାମୀକୁ କରିଥିଲା ଅସହ୍ୟ । ସେଥିରେ ସ୍ୱାମୀ ଅସହ୍ୟ ହୋଇ ସାଙ୍ଗ କାରରେ ସ୍ତ୍ରୀ ପାଇଁ ରଚିଥିଲା ଦୁର୍ଘଟଣାର ଷଡଯନ୍ତ୍ର । ସେହି ଷଡଯନ୍ତ୍ର ରଚାଯାଇଥିଲା ଅଗଷ୍ଟ ୧୩ ତାରିଖ ଦିନ । ଆଉ ଏ ଦୁର୍ଘଟଣାଟି ଗୋଆଲିୟର ରାସ୍ତାରେ ଘଟିଥିବା ମଧ୍ୟପ୍ରଦେଶ ପୋଲିସ ସୁଚନା ଦେଇଛି । ଗୋଆଲିୟର ରାସ୍ତାରେ ଅଭିଯୁକ୍ତ ଅଜୟ ଭାର୍ଗବଙ୍କ ସ୍ତ୍ରୀ ଦୁର୍ଗାବତୀ ଓ ତାଙ୍କ ଭାଇ ବାଇକ ଯୋଗେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ପରେ ଉଭୟ ଭାଇ ଭଉଣୀଙ୍କୁ ନିକଟସ୍ଥ ହସ୍ପିଚାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । 

 ଏ ସମସ୍ତ ଘଟଣା ପରେ ପୋଲିସ ଘଟଣାର ଫର୍ଦାଫାସ କରିଛି । ଘଟଣାରେ ତଦନ୍ତ ପରେ ପୋଲିସ ଏ ସମସ୍ତ ସୂଚନା ଦେଇଛନ୍ତି  ।