କନକ ବ୍ୟୁରୋ : ଏମ୍‌ଆଇଟିର ବଡ଼ ଖୁଲାସା । ଦିନକୁ ଦିନ ଏଆଇ ଉପରେ ନିର୍ଭରଶୀଳ ହେଉଛି ସାରା ବିଶ୍ୱ । ଚାଟ୍‌ ଜିପିଟି ଭଳି କିଛି ଏଆଇ ଆପ୍‌ ମଣିଷକୁ ଦିନକୁ ଦିନ ଅକାମୀ କରିବାରେ ଲାଗିଛି । ମଣିଷର ବୁଦ୍ଧି ଓ ଜ୍ଞାନ କମିବାରେ ଲାଗିଛି । ଏବେ ପ୍ରତିଟି କାମ ପାଇଁ ଲୋକେ ଏଆଇ ଉପରେ ନିର୍ଭର କରୁଛନ୍ତି ।

Advertisment

ମଣିଷକୁ ମୂର୍ଖ କରିବାରେ ଚାଟ ଜିପିଟି । ଏଆଇ କିପରି ମଣିଷର ମସ୍ତିଷ୍କକୁ ପ୍ରଭାବିତ କରୁଛି । ଏମ୍‌ଆଇଟି ଷ୍ଟଡି ପକ୍ଷରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ଚାଟ ଜିପିଟି ଭଳି ଏଆଇ ଆପ୍‌ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ଜ୍ଞାନର କ୍ଷମତାକୁ ହ୍ରାସ କରୁଛି । AI ଦ୍ୱାରା କାମ ସହଜ ହେବାରେ ଲାଗିଛି । ଘଣ୍ଟାକର କାମ କିଛି ସେକେଣ୍ଡରେ ହୋଇଯାଉଛି । ଚାଟ ଜିପିଟି ଭଳି ଏଆଇ ଆପ୍‌ ଉପରେ ଲୋକଙ୍କ ନିର୍ଭରଶୀଳତା ବୃଦ୍ଧି ପାଉଛି । ଏଆଇ ଉପକରଣ ଛାତ୍ରଛାତ୍ରୀମାନଙ୍କୁ ମୂର୍ଖ କରିବାରେ ଲାଗିଛି । ଏଆଇ ଆସିବା ପରେ ପିଲାମାନେ ସେମାନଙ୍କ ମସ୍ତିଷ୍କକୁ କମ୍ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଏମଆଇଟିର ମିଡିଆ ଲ୍ୟାବ ଦ୍ୱାରା ଜେନେରେଟିଭ୍ ଏଆଇର ଲୋକଙ୍କ ମସ୍ତିଷ୍କ ଉପରେ, ବିଶେଷକରି ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ପ୍ରଭାବ ପକାଉଛି । ଲୋକଙ୍କ ଚିନ୍ତା କ୍ଷମତାକୁ ଦୁର୍ବଳ କରୁଛି ।

ଗବେଷକମାନେ ବୋଷ୍ଟନ ଅଞ୍ଚଳର ୧୮ରୁ ୩୯ବର୍ଷ ବୟସର ୫୪ଜଣ ଛାତ୍ରଙ୍କୁ ତିନୋଟି ଗୋଷ୍ଠୀରେ ବିଭକ୍ତ କରିଥିଲେ ଏବଂ ତା’ପରେ ପ୍ରତ୍ୟେକ ଗୋଷ୍ଠୀର ଛାତ୍ରମାନଙ୍କୁ ଏଆଇ ଉପକରଣ ସାହାଯ୍ୟରେ ପ୍ରବନ୍ଧ ଲେଖିବାକୁ କୁହାଯାଇଥିଲା । ଏହି ପ୍ରକ୍ରିୟା ସମୟରେ, ଗବେଷକମାନେ ଇଲେକ୍ଟ୍ରୋଏନ୍ସେଫାଲୋଗ୍ରାଫି ମାଧ୍ୟମରେ ଛାତ୍ରମାନଙ୍କ ମଧ୍ୟରେ ମସ୍ତିଷ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ । ଫଳାଫଳଗୁଡ଼ିକ ଚିନ୍ତାଜନକ ଥିଲା କାରଣ ଚାଟ ଜିପିଟି ବ୍ୟବହାର କରୁଥିବା ଛାତ୍ରଛାତ୍ରୀମାନଙ୍କ ମସ୍ତିଷ୍କ କାର୍ଯ୍ୟକଳାପର ସ୍ତର ବହୁତ କମ୍ ଥିଲା । ଚାଟ ଜିପିଟି ଏବଂ ଅନ୍ୟାନ୍ୟ ଏଆଇ ଉପକରଣଗୁଡ଼ିକ ବିଶେଷକରି ପିଲାମାନଙ୍କ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଉଛି ।