କନକ ବ୍ୟୁରୋ : ଛାତି ଉଁଚା ପାଣି । ଯୁଆଡେ ନଜର ଯିବ ସେଠି କେବଳ ବର୍ଷାର କରାଳ ରୂପ । ଲଗାଣବର୍ଷା ପରେ ମହାରାଷ୍ଟ୍ରର ସ୍ଥିତି ସଂଗୀନ ହୋଇଛି । ମନ୍ଦିର, ରାସ୍ତାଘାଟ ଘରଦ୍ବାର ସବୁଠି ପଶିଛି ବର୍ଷା ପାଣି । ଅଧାରାସ୍ତାରେ କେଉଁଠି ଯାନବାହନ ବୁଡିଯାଇଛି ତ ପୁଣି କେଉଁଠି ପାଣିର ସ୍ରୋତରେ ଭାସିଯାଉଛି କାର । ପୋଲ ଭାଙ୍ଗିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହେଇଛି । ଉତର ଓ ଉତରପୂର୍ବ ରାଜ୍ୟ ଏଣିକି ନାହିଁନଥିବା ସମସ୍ୟା ଦେଇ ଗତିକରୁଛନ୍ତି । ବିଶେଷ କରି ଗୁଜରାଟ, ରାଜସ୍ଥାନ, ଆସାମ, ଅରୁଣାଚଳପ୍ରଦେଶ ଓ ମେଘାଳୟର ସ୍ଥିତି ସଂଗୀନ ହେବାରେ ଲାଗିଛି ।
ସେପଟେ ଉତ୍ତର ଓ ଉତ୍ତରପୂର୍ବ ଭାରତରେ ମଧ୍ୟ ବର୍ଷା ନେଇ ଆସିଛି ସମସ୍ୟା । ବିହାର, ଗୁଜରାଟ, ମହାରାଷ୍ଟ୍ରରେ ଲଗାଣବର୍ଷା କେଉଁଠି ବନ୍ୟା ସୃଷ୍ଟି କରିଛି ତ ପୁଣି କେଉଁଠି ବର୍ଷା ପାଣି ଜମାଟ ବାନ୍ଧିବାରୁ କୁତ୍ରିମ ବନ୍ୟା ଦେଖାଦେଇଛି । ସେପଟ ଦକ୍ଷିଣ ଭାରତ ରାଜ୍ୟ ତାମିଲନାଡୁ ଓ କର୍ଣ୍ଣାଟକରେ ଲଗାଣବର୍ଷା ଜାରି ରହିଛି । ତେବେ ବର୍ଷା ଦିନର ଅପରିଷ୍କାର ପାଣି କାରଣରୁ ହଇଜା ଓ ଅନ୍ୟାନ୍ୟ ରୋଗ ବ୍ୟାପି ଆଶଙ୍କା ମଧ୍ୟ ବଢ଼ିଛି । ତେବେ ସବୁଥର ପରି ପାହାଡିଆ ରାଜ୍ୟ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡରେ ବର୍ଷା ସାଙ୍ଗକୁ ଭୁସ୍ଖଳନ ବଡ ସମସ୍ୟା ନେଇ ଆସିଛି । ବିଭିନ୍ନ ସ୍ଥାନରେ ବନ୍ୟା ସ୍ରୋତରେ ଘରଦ୍ବାରା ଜନଜୀବନ ଭାସିବା ଯୋଗୁଁ ନାହିଁ ନଥିବା କ୍ଷତି ସହିବାକୁ ପଡୁଛି । ଏହି ସବୁ ରାଜ୍ୟମାନଙ୍କ ପାଇଁ ଆଗାମୀ ୫ଦିନର ଆଲର୍ଟ ଜାରି କରିଛି ଆଇଏମଡି ।