କନକ ବ୍ୟୁରୋ: ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଗଳିପଡିବା ଘଟଣା ଅନେକ ଦିନ ହେବ ଚର୍ଚ୍ଚାରେ ରହିଥିଲା । ତେବେ ଆଜି ମୋଦୀ ମହାରାଷ୍ଟ୍ରରେ ଜନସଭାକୁ ସମ୍ବୋର୍ଦ୍ଧିତ କରି ପୁଣି ସେହି ବିଷୟରେ କହିଛନ୍ତି । ଆଉ ମଞ୍ଚ ଉପରେ ହାତ ଯୋଡି ମୁଣ୍ଡ ନୁଆଇଁ କହିଥିଲେ କି, ଶିବାଜୀଙ୍କ ପ୍ରତିମା ଗଳିପଡିବା ପାଇଁ ମୁଁ କ୍ଷମା ମାଗୁଛି । 

ପ୍ରଧାନମନ୍ତ୍ରୀ ମୋଦୀ ଆଜି ମହାରାଷ୍ଟ୍ର ଗସ୍ତରେ ଆସି ପାଲଘରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭି, ଅଜିତ ପୱାର, କେନ୍ଦ୍ରମନ୍ତ୍ରୀ ସର୍ବଣାନନ୍ଦ ସୋନୱାଲ ତାଙ୍କୁ ସ୍ୱାଗତ କରିଥିଲେ । ମୋଦୀ  ୭୦ ହଜାର କୋଟି ଟଙ୍କାର ବାଧବନ ବନ୍ଦରଘାଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି  ୧ ହଜାର ୫୬୦ କୋଟି ଟଙ୍କାର ୨୧୮ ମତ୍ସ୍ୟ ପାଳନ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ ବି କରିଥିଲେ ।