କନକ ବ୍ୟୁରୋ: କୋଲକାତାରେ ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ  ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇ ହାତରେ ଏବେ ମାମଲା ସଂକ୍ରାନ୍ତ ପର୍ୟ୍ୟାପ୍ତ ପ୍ରମାଣ ରହିଥିବା ଜଣାପଡ଼ିଛି।  ହସ୍ପିଟାଲର ସେମିନାର ହଲରେ ଉପସ୍ଥିତ ଥିବା ନେଇ ଅନେକ ପ୍ରମାଣ ଉପଲବ୍ଧ ହୋଇଛି।  ସିବିଆଇ ୧୪ ସ୍ଥାନରେ ରେଡ କରିବା ସହ ୫୩ ଟି ପ୍ରମାଣ ଯୋଗଡା କରିଛି। ସେପେଟ ପଲିଗ୍ରାଫ୍ ଟେଷ୍ଟରେ ସେଦିନ ପୁରା ଘଟଣା ସମ୍ପର୍କରେ ବଖାଣିଛି ଅଭିଯୁକ୍ତ।

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ସମସ୍ତଙ୍କୁ ଚକିତ କରିଦେଇଛି। ହସ୍ପିଟାଲ ଭିତରେ ଡାକ୍ତରଙ୍କୁ ଦୁସ୍କର୍ମ ପରେ ହତ୍ୟା ଘଟଣାରେ କେବଳ ଜଣଙ୍କ ସମ୍ପୃକ୍ତିକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି। ହେଲେ ସେଦିନ ହସ୍ପିଟାଲ ଭିତରେ କ’ଣ ଘଟିଥିଲା ସେ କାଳ ରାତି କାହାଣୀ ବଖାଣିଛି ଅଭିଯୁକ୍ତ। ଘଟଣା ଦିନ ହସ୍ପିଟାଲ ଯିବା ପୂର୍ବରୁ ସଞ୍ଜୟ ତାଙ୍କର ଜଣେ ବନ୍ଧୁଙ୍କ ସହ ରେଡ ଲାଇଟ୍‌ ଅଞ୍ଚଳ ସୋନାଗାଛି ଯାଇଥିଲା। ପଲିଗ୍ରାଫ ଟେଷ୍ଟରେ ଅଭିଯୁକ୍ତ ସଞ୍ଜୟ ରାୟ କହିଛି..

ପଲିଗ୍ରାଫ ପରୀକ୍ଷାରେ କ’ଣ କହିଲା ସଞ୍ଜୟ ? 
ଅଗଷ୍ଟ ୮ ତାରିଖରେ ସଞ୍ଜୟ ରୟ ଏବଂ ତାଙ୍କର ଜଣେ ସାଙ୍ଗ ହସ୍ପିଟାଲକୁ ଆସିଥିଲେ
ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସାଙ୍ଗର ଭାଇଙ୍କୁ ଭେଟିବାକୁ ଯାଇଥିଲା ସଞ୍ଜୟ ରୟ
ପରେ ସେମାନେ ଉତ୍ତର କୋଲକାତାରେ ଥିବା ରେଡ ଲାଇଟ୍ ଅଞ୍ଚଳ ‘ସୋନାଗାଛି’ ଯାଇଥିଲେ
ସେଠାରୁ ଦକ୍ଷିଣ କୋଲକାତାରେ ଥିବା ରେଡ ଲାଇଟ୍ ଅଞ୍ଚଳ ‘ଚେଟଲା’ ଯାଇଥଲେ
ରାସ୍ତାରେ ଯିବା ସମୟରେ ବାଟରେ ଜଣେ ଯବୁତୀଙ୍କୁ ଅସଦାଚରଣ କରିଥିଲେ
‘ଚେଟଲା’ରେ ସଞ୍ଜୟ ରୟର ସାଙ୍ଗ ଜଣେ ଯୁବତୀଙ୍କ ସହ ଯୌନ ସମ୍ପର୍କ ରଖିଥିଲା
କିନ୍ତୁ ସଞ୍ଜୟ ବାହାରେ ରହି ତା ପ୍ରେମିକା ସହ ଭିଡିଓ କଲରେ କଥା ହେଉଥିଲା
ସଞ୍ଜୟ ତା ପ୍ରେମିକାକୁ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇବାକୁ କହିଥିଲା, ଯାହା ସେ ପଠାଇଥିଲା
ପରେ ସଞ୍ଜୟ ଏବଂ ତାଙ୍କ ସାଙ୍ଗ ହସ୍ପିଟାଲକୁ ଫେରିଥିଲେ
ସେଠାରୁ ସଞ୍ଜୟ ଏକା ଚତୁର୍ଥ ମହଲାରେ ଥିବା ଟ୍ରମା ସେଣ୍ଟରକୁ ଯାଇଥିଲା
ଭୋର ୪ଟା ୩ ମିନିଟରେ ତୃତୀୟ ମହଲାର ସେମିନାଲ ହଲ କରିଡରରେ ସଞ୍ଜୟକୁ ଦେଖିବାକୁ ମିଳିଥିଲା
ସେଠାରେ ସଞ୍ଜୟ ପୀଡ଼ିତାଙ୍କୁ ଦୁଷ୍କର୍ମ କରିବା ସହ ମାଡ଼ ମାରିଥିଲା
ପରେ ତାଙ୍କ ସାଙ୍ଗ ଥିବା କୋଲକାତା ପୁଲିସର ଅଫିସରଙ୍କ ଘରକୁ ଯାଇଥିଲା ସଞ୍ଜୟ

ଘଟଣାକୁ ନେଇ ଏବେବି କୋଲକାତାରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ହେଉଛି। ଏହାର ଭିତରେ ସିବିଆଇ ରବିବାର ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଘର ସହ ସହରରେ ୧୪ ଟି ସ୍ଥାନରେ ଚଢାଉ କରିଛି। ସିବିଆଇ ହାତରେ ଏବେ ମୋଟ୍‌ ୫୩ଟି ପ୍ରମାଣ ରହିଥିବା ବେଳେ ଅପରାଧ ସାବ୍ୟସ୍ତ କରିବା ପାଇଁ ୯ଟି ବଳିଷ୍ଠ ପ୍ରମାଣ ମଧ୍ୟ ରହିଛି ।  ଏହି ସବୁ ପ୍ରମାଣ ଭିତରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଘଟଣା ଦିନ ପିନ୍ଧିଥିବା ପୋଷାକ, ଅନ୍ତଃବସ୍ତ୍ର  ଏବଂ ଜୋତା, ଫୋନ ଲୋକେସନ ଆଦି ସାମଗ୍ରୀ ରହିଛି। ମୁଖ୍ୟ ଅଭିଯୁକ୍ତ  ସମେତ ଅନ୍ୟ ୬ ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଇଛି। ଏକ ସପ୍ତାହ ମଧ୍ୟରେ ଫରେନସିକ୍ ରିପୋର୍ଟ ଆସିବାର ଅଛି।   ସିବିଆଇ ହାତରେ ଏବେ ମାମଲା ସଂକ୍ରାନ୍ତ ପର୍ୟ୍ୟାପ୍ତ ପ୍ରମାଣ ରହିଥିବାରୁ ଅଭିଯୁକ୍ତକୁ କୋର୍ଟ କଡ଼ାଦଣ୍ଡବିଧାନ ଶୁଣାଇବେ ବୋଲି କୁହାଯାଉଛି।