କନକ ବ୍ୟୁରୋ: ସାଉଦି ଆରବର ଦମ୍ମାମରେ କଳିଙ୍ଗନ ୨୦୨୪ କାର୍ଯ୍ୟକ୍ରମ ମହାସମାରୋହରେ ନଭେମ୍ବର ୨୨ ତାରିଖରେ ଆୟୋଜିତ ହୋଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ଡ଼ଃ ଦେବ ମହାନ୍ତି ଯୋଗଦେଇଥିଲେ । ସମ୍ମାନନୀୟ ଅତିଥି ଭାବେ ଓଲିଉଡର ଜଣାଶୁଣା ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଓ ଅଭିନେତା ସ୍ୱରାଜ ବାରିକ, କାର୍ଯ୍ୟକ୍ରମକୁ ଅଧିକ ରଙ୍ଗିନ ଓ ସୁସଜ୍ଜିତ କରିଥିଲେ ।

Advertisment

କଳିଙ୍ଗନ କୋର କମିଟି ଦ୍ୱାରା ପ୍ରସ୍ତୁତ, ଏହି ବର୍ଷର କାର୍ଯ୍ୟକ୍ରମର ମୂଳ ଥିମ୍ ଥିଲା ‘ଓଡ଼ିଆ ଅସ୍ମିତା’, ଯାହା ଓଡ଼ିଆ ସଂସ୍କୃତିର ଗୌରବକୁ ପ୍ରତିବିମ୍ବିତ କରିଥିଲା । ଏଥିରେ ସାଉଦିର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୦୦ ଓଡ଼ିଆ ଓ କେତେକ ସାଉଦି ନାଗରିକ ଯୋଗ ଦେଇଥିଲେ । ଏହି ଅବସରରେ, ‘ଓଡ଼ିଆ ଅସ୍ମିତା’ ନାମକ ଖୁଦ୍ର ଚଳଚ୍ଚିତ୍ର ଓ ‘କଳିଙ୍ଗନ ୨୦୨୪’ ପତ୍ରିକାର ଲୋକାର୍ପଣ କରାଯାଇଥିଲା ।

କଳିଙ୍ଗନର ଛୋଟ ପିଲାମାନେ ଓ ପରିବାର ସଦସ୍ୟମାନେ ଅନେକ ସୃଜନଶୀଳ ଓ ମନୋରଞ୍ଜନ ଭରା କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ, ଯାହା ସମସ୍ତଙ୍କୁ ମୋହିତ କରିଥିଲା । ଡ଼ଃ. ଦେବ ମହାନ୍ତି ସମସ୍ତଙ୍କୁ ‘ଓଡ଼ିଆ ଅସ୍ମିତା’ର ଅକ୍ଷ୍ୟୁର୍ଣ୍ଣତା ରକ୍ଷା କରିବା ପାଇଁ ଆହ୍ୱାନ କରିଥିଲେ । ଏହି ଉତ୍ସବ କଳିଙ୍ଗନ କୋର କମିଟି ଦ୍ୱାରା ସଫଳ ଭାବେ ପରିଚାଳନା କରାଯାଇଥିଲା ।