ସତ୍ୟଜିତ ରାୟଙ୍କ ପୈତୃକ ଘରକୁ ଭାଙ୍ଗିବାକୁ ବାଂଲାଦେଶ ସରକାର ନିଷ୍ପତ୍ତି : ଦୁଃଖ ପ୍ରକାଶ କଲା ଭାରତ

Advertisment

ବର୍ତ୍ତମାନ ଏହି ଘର ବାଂଲାଦେଶ ସରକାରଙ୍କ ଅଧୀନରେ ରହିଛି । ଏହି ଘରଟି ବିଗତ ଦଶ ବର୍ଷ ଧରି ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ବାଂଲାଦେଶର ପ୍ରଶାସନ ଏହି ଜାଗାରେ ଶିଶୁ ଏକାଡେମୀକୁ ପୁନଃସ୍ଥାପନ କରିବାକୁ ଯୋଜନା କରୁଛନ୍ତି ।

ବର୍ତ୍ତମାନ ଏହି ଘର ବାଂଲାଦେଶ ସରକାରଙ୍କ ଅଧୀନରେ ରହିଛି । ଏହି ଘରଟି ବିଗତ ଦଶ ବର୍ଷ ଧରି ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ବାଂଲାଦେଶର ପ୍ରଶାସନ ଏହି ଜାଗାରେ ଶିଶୁ ଏକାଡେମୀକୁ ପୁନଃସ୍ଥାପନ କରିବାକୁ ଯୋଜନା କରୁଛନ୍ତି ।

122

Photograph: (kanaknews)

କନକ ବ୍ୟୁରୋ : ବାଂଲାଦେଶର ମାୟାମନସିଂହ ସହରରେ ଥିବା ବିଶ୍ୱପ୍ରସିଦ୍ଧ ଚଳଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ପୈତୃକ ଘରକୁ ଭାଙ୍ଗିବାକୁ ବାଂଲାଦେଶ ସରକାର ନିଷ୍ପତ୍ତି ନେଇଛି । ଶତାବ୍ଦୀ ପୁରୁଣା ଘର, ହରିକିଶୋର ରାୟ ଚୌଧୁରୀ ରୋଡ଼ରେ ଅବସ୍ଥିତ, ଯାହା ସତ୍ୟଜିତଙ୍କ ପିତା ତଥା ପ୍ରଖ୍ୟାତ ସାହିତ୍ୟିକ ଉପେନ୍ଦ୍ର କିଶୋର ରାୟ ଚୌଧୁରୀଙ୍କ ମାଲିକାନାରେ ଥିଲା । ବର୍ତ୍ତମାନ ଏହି ଘର ବାଂଲାଦେଶ ସରକାରଙ୍କ ଅଧୀନରେ ରହିଛି । ଏହି ଘରଟି ବିଗତ ଦଶ ବର୍ଷ ଧରି ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ବାଂଲାଦେଶର ପ୍ରଶାସନ ଏହି ଜାଗାରେ ଶିଶୁ ଏକାଡେମୀକୁ ପୁନଃସ୍ଥାପନ କରିବାକୁ ଯୋଜନା କରୁଛନ୍ତି । ସ୍ଥାନୀୟ ଅଧିକାରୀ ମୋହାମ୍ମଦ ମେହେଦୀ ଜାମାନ କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତେବେ, ଏହି ନିଷ୍ପତ୍ତି ସାଂସ୍କୃତିକ ଓ ଐତିହ୍ୟ ସଂରକ୍ଷଣକାରୀଙ୍କ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି କରିଛି । ସତ୍ୟଜିତ ରାୟଙ୍କ କାର୍ଯ୍ୟ ବିଶ୍ୱବ୍ୟାପୀ ପ୍ରଶଂସିତ, ଏବଂ ଏହି ଘର ବଙ୍ଗୀୟ ସାଂସ୍କୃତିକର ଏକ ପ୍ରମୁଖ ପ୍ରତୀକ ବୋଲି ବିବେଚନା କରାଯାଏ ।

ଆଉ ଥରେ ଭାବୁ ବାଂଲାଦେଶ!
ଘର ଭଙ୍ଗା ଘଟଣାରେ ଦୁଃଖ ପ୍ରକାଶ କରିଛି ଭାରତ 
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, ଘରର ମରାମତି ଏବଂ ପୁନଃନିର୍ମାଣ ପାଇଁ ଭାରତ ବାଂଲାଦେଶ ସହିତ କାମ କରିବାକୁ ଇଚ୍ଛୁକ 
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାକୁ ହୃଦୟବିଦାରକ କହିଛନ୍ତି 
ବାଂଲାଦେଶ ସରକାରଙ୍କୁ ଘରକୁ ସଂରକ୍ଷଣ କରିବାକୁ ଅନୁରୋଧ କରିଛନ୍ତି ମମତା
ଭାରତ ସରକାର ଏହି ଘରକୁ ସାହିତ୍ୟ ସଂଗ୍ରହାଳୟରେ ରୂପାନ୍ତରିତ କରିବା ପାଇଁ ସହଯୋଗ କରିବାକୁ ପ୍ରସ୍ତାବ ଦେଇଛନ୍ତି  ବାଂଲାଦେଶରେ ଅନ୍ତରୀଣ ସରକାରଙ୍କ ଅଧୀନରେ ଅନେକ ଐତିହାସିକ ସ୍ଥାନର ଧ୍ୱଂସ ଏବଂ ନାମକରଣ କରାଯାଉଛି
ବିଶେଷକରି ହିନ୍ଦୁ ମନ୍ଦିର ସହ ବିଶିଷ୍ଠ ଲୋକମାନେ ଯେଉଁମାନେ ଭାରତରେ ରହୁଛନ୍ତି ସେମାନଙ୍କ ଘର ଓ ଜମିକୁ ଜୋରଜବରଦସ୍ତ ନିଆଯାଉଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe