ମୃତ୍ୟୁ ପୂର୍ବରୁ ରତନ ଟାଟାଙ୍କ ଶେଷ ପୋଷ୍ଟ; କହିଲେ, ମୋ ବିଷୟରେ ଚିନ୍ତା କରିବାରୁ ସମସ୍ତଙ୍କୁ ଧନ୍ୟବାଦ..

Advertisment

ଶିଳ୍ପ ସମ୍ରାଟ ରତନ ଟାଟାଙ୍କର ଅବର୍ତ୍ତମାନରେ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେ ସେୟାର କରିଥିବା ଅନ୍ତିମ ପୋଷ୍ଟ ବେଶ ଭାଇରାଲ ହେଉଛି। ତାଙ୍କ ସ୍ୱାସ୍ଥ୍ୟ ନେଇ ଖବର ଉପରେ ସେ ଏକ ପୋଷ୍ଟ ନିଜ ଶୁଭେଚ୍ଛୁଙ୍କ ଉଦ୍ଦେଶ୍ୟରେ ସେୟାର କରିଥିଲେ ।

ଶିଳ୍ପ ସମ୍ରାଟ ରତନ ଟାଟାଙ୍କର ଅବର୍ତ୍ତମାନରେ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେ ସେୟାର କରିଥିବା ଅନ୍ତିମ ପୋଷ୍ଟ ବେଶ ଭାଇରାଲ ହେଉଛି। ତାଙ୍କ ସ୍ୱାସ୍ଥ୍ୟ ନେଇ ଖବର ଉପରେ ସେ ଏକ ପୋଷ୍ଟ ନିଜ ଶୁଭେଚ୍ଛୁଙ୍କ ଉଦ୍ଦେଶ୍ୟରେ ସେୟାର କରିଥିଲେ ।

Ratan Tata's last post

କନକ ବ୍ୟୁରୋ : ଅମୂଲ୍ୟ ରତ୍ନ ହରାଇଲା ଭାରତ । ଆଉ ନାହାଁନ୍ତି ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ପରୋପକାରୀ ଓ ସମାଜସେବୀ ବ୍ୟକ୍ତିତ୍ୱ । ଶିଳ୍ପ ସମ୍ରାଟ ରତନ ଟାଟାଙ୍କର ଅବର୍ତ୍ତମାନରେ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେ ସେୟାର କରିଥିବା ଅନ୍ତିମ ପୋଷ୍ଟ ବେଶ ଭାଇରାଲ ହେଉଛି। ତାଙ୍କ ସ୍ୱାସ୍ଥ୍ୟ ନେଇ ଖବର ଉପରେ ସେ ଏକ ପୋଷ୍ଟ ନିଜ ଶୁଭେଚ୍ଛୁଙ୍କ ଉଦ୍ଦେଶ୍ୟରେ ସେୟାର କରିଥିଲେ ।

ପୋଷ୍ଟ ସେୟାର କରି ସେ ଉଲ୍ଲେଖ କରିଥିଲେ ଯେ, ଗଣମାଧ୍ୟମରେ ପ୍ରସାରିତ ସମସ୍ତ ଖବର ଗୁଜବ । ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଏହି ଦାବି ଗୁଡ଼ିକ ଭିତ୍ତିହୀନ । ଏହା ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ମୋର ବୟସ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ମୁଁ ବର୍ତ୍ତମାନ ରେଗୁଲାର ମେଡିକାଲ ଚେକ୍‌ଅପ୍‌ ପାଇଁ ଆସିଛି । ଚିନ୍ତା କରିବାର କୌଣସି କାରଣ ନାହିଁ । ମୁଁ ଭଲ ମୁଡ୍‌ରେ ଅଛି ଏବଂ ଜନସାଧାରଣ ଓ ଗଣମାଧ୍ୟମକୁ ଭୁଲ ତଥ୍ୟ ପ୍ରସାରିତ ନକରିବାକୁ ଅନୁରୋଧ କରୁଛି । ଏଥିସହ ମୋ’ ବିଷୟରେ ଚିନ୍ତା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ ନିଜର ଶେଷ ସୋସିଆଲ ମିଡ଼ିଆ ପୋଷ୍ଟରେ ଉଲ୍ଲେଖ କରିଥିଲେ । ଏହି ସୋସିଆଲ ମିଡ଼ିଆ ପୋଷ୍ଟ ତାଙ୍କ ଜୀବନର ଅନ୍ତିମ ପୋଷ୍ଟ ହୋଇଥିବା ବେଳେ ଏବେ ତାଙ୍କୁ ସାରା ଦେଶବାସୀ ଝୁରୁଛନ୍ତି ।

ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରତନ ଟାଟା । ହେଲେ ବୁଧବାର ରାତିରେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ଭାରତୀୟ ଶିଳ୍ପ ଜଗତକୁ ବଡ଼ ଝଟକା ଦେଇଛି । ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି । ବ୍ୟବସାୟ ସହ ସମାଜର କିଭଳି ଦାୟିତ୍ୱ ନିଆଯାଏ ତାହା ସେ ଶିଳ୍ପ ଜଗତକୁ ଶିଖାଇଥିଲେ । ଭାରତୀୟ ଉଦ୍ୟୋଗକୁ ବିଶ୍ୱ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଟାଟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଛି ସାରା ଦେଶ ଓ ବିଶ୍ୱ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe