Terrorist Photograph: (kanak news)
କନକ ବ୍ୟୁରୋ: ଆତଙ୍କବାଦୀଙ୍କ ନୂଆ କୌଶଳ । ଡ୍ରୋନ୍ ଯୋଗେ ଆକ୍ରମଣ ଓ ବଡ଼ ହିଂସାକାଣ୍ଡ ଘଟାଇବାକୁ ଉଦ୍ୟମ । ସୀମାରେ ବାରମ୍ବାର ଆତଙ୍କବାଦୀଙ୍କ ଅନୁପ୍ରେବଶକୁ ଭାରତୀୟ ସେନା ବିଫଳ କରିବା ପରେ ଆତଙ୍କବାଦୀ ଏବେ ନୂଆ କୌଶଳ ଆପଣାଇଛନ୍ତି । ଡ୍ରୋନ୍ ଯୋଗେ ଏଆଇ ବ୍ୟବହାର, ସର୍ଭେଲାନ୍ସ, ଅସ୍ତ୍ରଶସ୍ତ୍ର ପ୍ରେରଣ ଓ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି ଆତଙ୍କବାଦୀ । ଗତକାଲି ଜମ୍ମୁ- କାଶ୍ମୀରର ସାମ୍ବା, ରଜୌରି ଓ ପୁଞ୍ଚ୍ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆନ୍ତର୍ଜାତିକ ସୀମା- ଆଇବି ଏବଂ ନିୟନ୍ତ୍ରଣ ରେଖା – ଏଲଓସି ନିକଟରେ ପାକିସ୍ତାନ ପଟୁ ଭାରତକୁ କିଛି ଡ୍ରୋନ୍ ଆସୁଥିବା ଲକ୍ଷ୍ୟ କରାଯାଇଥିଲା । ଭାରତୀୟ ସେନା ଗୁଳି ଚାଳନା କରିବାରୁ କିଛି ସମୟ ପରେ ଡୋନଗୁଡ଼ିକ ପାକିସ୍ତାନ ପଟକୁ ଫେରିଯାଇଥିଲେ । ଜାନୁଆରି ୨୬ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତରେ ବଡ଼ଧରଣର ହିଂସାକାଣ୍ଡ ପାଇଁ ଆତଙ୍କବାଦୀ ଯୋଜନା କରୁଥିବା ସୂଚନା ମିଳିବା ପରେ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେନା, ବିଏସ୍ଏଫ୍ ଓ ଅନ୍ୟ ସୁରକ୍ଷା ଏଜେନ୍ସି ସଜାଗ ଅଛନ୍ତି । ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଗତ ୧୦ ତାରିଖରେ ଜମ୍ମୁ- କାଶ୍ମୀରର ସାମ୍ବା ଜିଲ୍ଲାର ଆନ୍ତର୍ଜାତିକ ସୀମା ନିକଟରେ ପାକିସ୍ତାନ ପଟୁ ଆସିଥିବା ଡ୍ରୋନରୁ ଅସ୍ତ୍ରଶସ୍ତ୍ର ପକାଯାଇଥିଲା । ସୁରକ୍ଷାକର୍ମୀ ଦୁଇଟି ପିସ୍ତଲ, ତିନିଟି ମାଗାଜିନ ଓ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍ ଜବତ କରିଥିଲେ । ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିବା ବେଳେ ଡ୍ରୋନ୍ ଉପରେ କଡ଼ା ନଜର ରଖିଥିଲେ ସୁରକ୍ଷାକର୍ମୀ ।
ବର୍ଷ ଆରମ୍ଭରୁ ଇସ୍ରୋକୁ ଝଟକା… ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିସନ୍ ଫେଲ୍
ଆତଙ୍କୀଙ୍କ ନୂଆ କୌଶଳ
ଡ୍ରୋନ୍ ବ୍ୟବହାର କରୁଛନ୍ତି ଆତଙ୍କୀ
ଡ୍ରୋନ୍ ଯୋଗେ ଆକ୍ରମଣ ଉଦ୍ୟମ ଯୋଜନା
ଅନୁପ୍ରବେଶ ଉଦ୍ୟମ ବିଫଳ ପରେ ନୂଆ କୌଶଳ
କାଲି ଜମ୍ମୁ- କାଶ୍ମୀରରେ ଠାବ କରାଯାଇଥିଲା କିଛି ଡ୍ରୋନ୍
ଡ୍ରୋନ୍ ଉପରକୁ ଭାରତୀୟ ସେନା ଗୁଳିଚାଳନା କରିଥିଲେ
କିଛି ସମୟ ପରେ ଡ୍ରୋନ୍ଗୁଡ଼ିକ ପାକିସ୍ତାନ ପଟକୁ ଫେରିଯାଇଥିଲେ
ଶନିବାର ଡ୍ରୋନ୍ ଯୋଗେ ଜମ୍ମୁ-କାଶ୍ମୀରରେ ଅସ୍ତ୍ରଶସ୍ତ୍ର ପକାଯାଇଥିଲା
୨ଟି ପିସ୍ତଲ, ୩ଟି ମାଗାଜିନ ଓ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍ ଜବତ
ଜୋରଦାର ସର୍ଚ୍ଚ ଅପରେସନ୍ ସହ ଡ୍ରୋନ୍ ଉପରେ କଡ଼ା ନଜର
Follow Us