କନକ ବ୍ୟୁରୋ : ରିପବ୍ଲିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ ଡେମୋକ୍ରାଟିକର କମଲା ହାରିସଙ୍କ ମଧ୍ୟରେ ବାକଯୁଦ୍ଧ । ଏହି ବିର୍ତକରେ ଅନେକ ପ୍ରସଙ୍ଗ ଉଠିଛି । ରୁଷ-ୟୁକ୍ରେନ, ଇସ୍ରାଏଲ-ହମାସ ଯୁଦ୍ଧ, ଗର୍ଭପାତ ନିୟମ, ଆମେରିକାର ଅର୍ଥନୀତି ଏଭଳି ଅନେକ କଥା ଉପରେ ଉଭୟ ନିଜର ମତାମତ ରଖିବା ସମୟରେ କଥା କଟାକଟି ମଧ୍ୟ ଦେଖିବାକୁ ମିଳିଛି ।
କମଲା ହ୍ୟାରିସଙ୍କ ଯୁକ୍ତି
ଟ୍ରମ୍ପ ଦେଶର ସମ୍ବିଧାନ ଶେଷ କରିବାକୁ ଖୋଲାଖୋଲି ଭାବେ କୁହନ୍ତି । ଗର୍ଭପାତ ନିୟମରେ ମହିଳା ନିଜ ଶରୀରକୁ ନେଇ କ’ଣ କରିବେ ଏହା ତାଙ୍କ ନିଜସ୍ୱ ଅଧିକାର । ଏ ବାବଦରେ ଟ୍ରମ୍ପଙ୍କ ପରାମର୍ଶର ଆବଶ୍ୟକତା ନାହିଁ । ଟ୍ରମ୍ପ ନିଜ କାର୍ଯ୍ୟକାଳରେ ଅର୍ଥ ବ୍ୟବସ୍ଥାକୁ ବର୍ବାଦ କରିଛନ୍ତି । ମୁଁ ସରକାରକୁ ଆସିଲେ ଉନ୍ନତ ଅର୍ଥନୀତିର ବ୍ୟବସ୍ଥା କରିବି । ୟୁକ୍ରେନ ପଛରେ ସବୁବେବେଳେ ରହିବ ଆମେରିକା । ଇସ୍ରାଏଲ-ହମାସ ଯୁଦ୍ଧକୁ ଅଣଦେଖା କରିନାହାଁନ୍ତି ବାଇଡେନ ।
ଡୋନାଲ୍ଡ ଟ୍ରମ୍ପଙ୍କ ଯୁକ୍ତି
ମୁଁ ଗର୍ଭପାତ ବ୍ୟାନ ଉପରେ ସହମତ ନୁହେଁ । ଗର୍ଭପାତ ପ୍ରତିବନ୍ଧକର କୌଣସି ଆବଶ୍ୟକତା ନାହିଁ । କମଲା ଜଣେ ମାର୍କସବାଦୀ, ତାଙ୍କ ପିତା ମଧ୍ୟ ମାର୍କସବାଦୀ । ସେ ଆମ ଦେଶକୁ ବର୍ବାଦ କରିଦେଇଛନ୍ତି । ଜୋ ବାଇଡେନ ଓ କମଲା ହ୍ୟାରିସ ହେଉଛନ୍ତି ଆମେରିକା ଇତିହାସରେ ସବୁଠୁ ଖରାପ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି । ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ମୁଁ ଚିନ୍ତିତ । ଆମେରିକା ରାଷ୍ଟ୍ରପତି ହେଲେ ମୁଁ ୨୪ ଘଣ୍ଟା ଭିତରେ ଯୁଦ୍ଧ ବନ୍ଦ କରିବି ।
ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଚଳିତଥର ନିର୍ବାଚନରୁ ଓହରିଛନ୍ତି ଜୋ ବାଇଡେନ । ଏହି ରେସରେ ଏବେ ସାମିଲ ହୋଇଛନ୍ତି ଉପରାଷ୍ଟ୍ରପତି କମଲା ହାରିସ । ଡେମୋକ୍ରାଟିକ ଦଳର ପ୍ରାର୍ଥୀ ହୋଇପାରନ୍ତି ଉପରାଷ୍ଟ୍ରପତି ହାରିସ । ପ୍ରଥମ ଥର ପାଇଁ କୌଣସି ଭାରତୀୟ ବଂଶୋଦ୍ଭବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ । ଏଥିସହ ପ୍ରଥମ କୃଷ୍ଣକାୟ ମହିଳା ଓ ଦକ୍ଷିଣ ଏସୀୟ ଆମେରିକୀୟ ଭାବେ ଆମେରିକାର ମୁଖ୍ୟ ପଦରେ ଲଢିବେ । କମଲାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।