କନକ ବ୍ୟୁରୋ : ଆସନ୍ତା ୧୭ରେ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂ ସୈନି । ଅକ୍ଟୋବର ୧୭ ରେ ପଞ୍ଚକୁଲାରେ ନୂଆ ସରକାରର ଶପଥ ସମାରୋହ ଉତ୍ସବ ଆୟୋଜିତ ହେବ । ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ସାମିଲେ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ସରକାର କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।