ଆଧ୍ୟାତ୍ମିକ ବାବା ସଦଗୁରୁଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟଙ୍କ ରୋକ: ମାଡ୍ରାସ ହାଇକୋର୍ଟଙ୍କ ଉପରେ ବର୍ଷିଲେ ସର୍ବୋଚ୍ଚ ଅଦାଲତ

Advertisment

ଆଧ୍ୟାତ୍ମିକ ବାବା ସଦଗୁରୁଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟଙ୍କ ରୋକ। ମାଡ୍ରାସ ହାଇକୋର୍ଟଙ୍କ ଉପରେ ବର୍ସିଲେ ସର୍ବୋଚ୍ଚ ଅଦାଲତ। ଇଶା ଯୋଗ ସେଣ୍ଟରରେ ଦୁଇ ଝିଅଙ୍କ ବ୍ରେନ୍ ୱାସ କରାଯାଇଥିବା ନେଇ ଜଣେ ପଫ୍ରେସର ଅଭିଯୋଗ ପରେ ତାମିଲନାଡୁ ପୁଲିସକୁ ତଦନ୍ତ ନିର୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ।

ଆଧ୍ୟାତ୍ମିକ ବାବା ସଦଗୁରୁଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟଙ୍କ ରୋକ। ମାଡ୍ରାସ ହାଇକୋର୍ଟଙ୍କ ଉପରେ ବର୍ସିଲେ ସର୍ବୋଚ୍ଚ ଅଦାଲତ। ଇଶା ଯୋଗ ସେଣ୍ଟରରେ ଦୁଇ ଝିଅଙ୍କ ବ୍ରେନ୍ ୱାସ କରାଯାଇଥିବା ନେଇ ଜଣେ ପଫ୍ରେସର ଅଭିଯୋଗ ପରେ ତାମିଲନାଡୁ ପୁଲିସକୁ ତଦନ୍ତ ନିର୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ।

qsq

କନକ ବ୍ୟୁରୋ: ଆଧ୍ୟାତ୍ମିକ ବାବା ସଦଗୁରୁଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟଙ୍କ ରୋକ। ମାଡ୍ରାସ ହାଇକୋର୍ଟଙ୍କ ଉପରେ ବର୍ସିଲେ ସର୍ବୋଚ୍ଚ ଅଦାଲତ। ଇଶା ଯୋଗ ସେଣ୍ଟରରେ ଦୁଇ ଝିଅଙ୍କ ବ୍ରେନ୍ ୱାସ କରାଯାଇଥିବା ନେଇ ଜଣେ ପଫ୍ରେସର ଅଭିଯୋଗ ପରେ ତାମିଲନାଡୁ ପୁଲିସକୁ ତଦନ୍ତ ନିର୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ। ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ସଦଗୁରୁ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ମଡ୍ରାସ ହାଇକୋର୍ଟଙ୍କ ନିଦ୍ଦର୍ଦଶ ଉପରେ ରୋକ ଲଗାଇବା ସହ ପୁଲିସକୁ ତଦନ୍ତ କରିବାକୁ ମନା କରିଛନ୍ତି। ଅବସରପ୍ରାପ୍ତ ପ୍ରଫେସର ଏସ କାମରାଜ ମାଡ୍ରାସ ହାଇକୋର୍ଟରେ ଈଶା ଫାଉଣ୍ଡେସନ ବିରୋଧରେ ଏକ ଆବେଦନ ଦାଖଲ କରିଥିଲେ। ତାଙ୍କ ଝିଅ ଲତା ଏବଂ ଗୀତାଙ୍କୁ ବିଭିନ୍ନ ପ୍ରକାର କଥାରେ ଭୁଲାଇ ସେମାନଙ୍କୁ କୋଏମ୍ବାଟୁର ଆଶ୍ରମରେ ବନ୍ଧକ ରଖାଯାଇଥିବା ସେ ଅଭିଯୋଗ କରିଥିଲା। ସେପ୍ଟେମ୍ବର ୩୦ରେ ମାଡ୍ରାସ ହାଇକୋର୍ଟ ଏ ଉପରେ ଶୁଣାଣି କରି ତାମିଲନାଡୁ ପୁଲିସକୁ  ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ଶୁଣାଣି ନ ହେବା ପର୍ୟ୍ୟନ୍ତ ଈଶା ଫାଉଣ୍ଡେସନରେ ପୁଲିସ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ। କୋର୍ଟ ପୁଲିସ କିମ୍ବା ସେନାକୁ ଏପରି ସ୍ଥାନକୁ ପ୍ରବେଶ କରିବାକୁ ଅନୁମତି ଦେଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ଏହି ମାମଲା ଉପରେ ଆସନ୍ତା ୧୮ ରେ ପରବର୍ତ୍ତୀ ଶୁଣାଣି କରାଯିବ। ସେପଟେ ଈଶା ଫାଉଣ୍ଡେସନ ଆବେଦନକାରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ଝିଅଙ୍କୁ ବଳପୂର୍ବକ ଆଶ୍ରମରେ ରଖାଯାଇ ନାହିଁ, ବରଂ ୨୦୧୯ରେ ସେମାନେ ନିଜ ଇଚ୍ଛାରେ ଆଶ୍ରମରେ ରହୁଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe