ୟୁଏଲପିଜିଏମ ଭି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ରାଜନାଥ କହିଲେ...

Advertisment

ରାଜନାଥ କହିଛନ୍ତି, ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଦ୍ଵାରା ଭାରତୀୟ ପ୍ରତିରକ୍ଷା ଶିଳ୍ପ ବର୍ତ୍ତମାନ ଜଟିଳ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଉତ୍ପାଦ ପ୍ରସ୍ତୁତ କରିବାରେ ସକ୍ଷମ ବୋଲି ପ୍ରମାଣିତ ହୋଇଛି । ଏହି କ୍ଷେପଣାସ୍ତ୍ର ଭାରତୀୟ ସେନାରେ ସାମିଲ ହେଲେ ସେନାର ଶକ୍ତି ବୃଦ୍ଧି ହେବ ।

vgr

Photograph: (kanaknews)

କନକ ବ୍ୟୁରୋ :  ଡିଆରଡିଓ ପକ୍ଷରୁ ଶୁକ୍ରବାର ୟୁଏଲପିଜିଏମ ଭି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଆନ୍ଧ୍ରପ୍ରଦେଶର କୁର୍ନୁଲ ଅନ୍ତର୍ଗତ ନେସନାଲ ଓପନ ଏରିଆ ରେଞ୍ଜ(ଏନଓଏଆର)ଠାରେ ଏହାର ପରୀକ୍ଷଣ ଶେଷ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । 

ରାଜନାଥ କହିଛନ୍ତି, ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଦ୍ଵାରା ଭାରତୀୟ ପ୍ରତିରକ୍ଷା ଶିଳ୍ପ ବର୍ତ୍ତମାନ ଜଟିଳ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଉତ୍ପାଦ ପ୍ରସ୍ତୁତ କରିବାରେ ସକ୍ଷମ ବୋଲି ପ୍ରମାଣିତ ହୋଇଛି । ଏହି କ୍ଷେପଣାସ୍ତ୍ର ଭାରତୀୟ ସେନାରେ ସାମିଲ ହେଲେ ସେନାର ଶକ୍ତି ବୃଦ୍ଧି ହେବ । ବେଙ୍ଗାଲୁରୁରେ ଗତ ଫେବୃୟାରୀ ୧୦ରୁ ୧୪ ମଧ୍ୟରେ ଅନୁଷ୍ଠିତ ୨୦୨୫ ଏରୋ ଇଣ୍ଡିଆ ପ୍ରଦର୍ଶନୀରେ ଏହି କ୍ଷେପଣାସ୍ତ୍ରକୁ ପ୍ରଦର୍ଶନ କରାଯାଇଥିଲା । ଅଦାନୀ ଗ୍ରୁପ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ(ବିଡିଏଲ)  ଡିଆରଡିଓ ସହଭାଗିତାରେ ଏହି କ୍ଷେପଣାସ୍ତ୍ର ଉତ୍ପାଦନ କରୁଛନ୍ତି, କିନ୍ତୁ ଏହାର ବିକାଶ ଏବଂ ପରୀକ୍ଷଣ ଦାୟିତ୍ଵ ଡିଆରଡିଓ ଅଧୀନରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe