କନକ ବ୍ୟୁରୋ : ଡିଆରଡିଓ ପକ୍ଷରୁ ଶୁକ୍ରବାର ୟୁଏଲପିଜିଏମ ଭି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଆନ୍ଧ୍ରପ୍ରଦେଶର କୁର୍ନୁଲ ଅନ୍ତର୍ଗତ ନେସନାଲ ଓପନ ଏରିଆ ରେଞ୍ଜ(ଏନଓଏଆର)ଠାରେ ଏହାର ପରୀକ୍ଷଣ ଶେଷ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାଜନାଥ କହିଛନ୍ତି, ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଦ୍ଵାରା ଭାରତୀୟ ପ୍ରତିରକ୍ଷା ଶିଳ୍ପ ବର୍ତ୍ତମାନ ଜଟିଳ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଉତ୍ପାଦ ପ୍ରସ୍ତୁତ କରିବାରେ ସକ୍ଷମ ବୋଲି ପ୍ରମାଣିତ ହୋଇଛି । ଏହି କ୍ଷେପଣାସ୍ତ୍ର ଭାରତୀୟ ସେନାରେ ସାମିଲ ହେଲେ ସେନାର ଶକ୍ତି ବୃଦ୍ଧି ହେବ । ବେଙ୍ଗାଲୁରୁରେ ଗତ ଫେବୃୟାରୀ ୧୦ରୁ ୧୪ ମଧ୍ୟରେ ଅନୁଷ୍ଠିତ ୨୦୨୫ ଏରୋ ଇଣ୍ଡିଆ ପ୍ରଦର୍ଶନୀରେ ଏହି କ୍ଷେପଣାସ୍ତ୍ରକୁ ପ୍ରଦର୍ଶନ କରାଯାଇଥିଲା । ଅଦାନୀ ଗ୍ରୁପ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ(ବିଡିଏଲ) ଡିଆରଡିଓ ସହଭାଗିତାରେ ଏହି କ୍ଷେପଣାସ୍ତ୍ର ଉତ୍ପାଦନ କରୁଛନ୍ତି, କିନ୍ତୁ ଏହାର ବିକାଶ ଏବଂ ପରୀକ୍ଷଣ ଦାୟିତ୍ଵ ଡିଆରଡିଓ ଅଧୀନରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/25/vgr-2025-07-25-15-20-03.jpg)