କନକ ବ୍ୟୁରୋ : ଭାରତ ପାଇଁ ଐତିହାସିକ ଦିନ । ସରିବ ଅପେକ୍ଷା, ଆରମ୍ଭ ହୋଇଛି କାଉଣ୍ଟଡାଉନ । ଆଜି ମଧ୍ୟାହ୍ନରେ ମହାକାଶ ଅଭିମୁଖେ ଉଡ଼ାଣ ଭରିବ ସ୍ପେଶ୍ ଏକ୍ସ ମିଶନ୍-ଆକ୍ସିଅନ୍-ଫୋର । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ଭାରତୀୟ ସମୟ ଅନୁସାରେ ବୁଧବାର ମଧ୍ୟାହ୍ନ ୧୨ଟା ୦୧ରେ ମହାକାଶକୁ ଯାତ୍ରା ପାଇଁ ମିଶନ ଆରମ୍ଭ ହେବ ।
ତେବେ ଏହା ହେଉଛି ଆକ୍ସିଅମ ଫୋର, ନାସା ଓ ସ୍ପେଶଏକ୍ସର ମିଳିତ ମିଶନ । ପୂର୍ବରୁ ୫ଥର ମିଶନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ ମିଶନ ପୂର୍ବରୁ ଏହାକୁ ବାତିଲ କରାଯାଇଥିଲା । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାଉଛନ୍ତି । ଏହାସହ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ ବନାଇବାକୁ ଯାଉଛନ୍ତି ଶୁଭାଂଶୁ ।