କନକ ବ୍ୟୁରୋ : ଅକ୍ଟୋବର ୧ଇସ୍ରାଏଲ ଉପରେ ଇରାନ ରାତି ଅଧରେ କରିଥିଲା ବଡ ଆକ୍ରମଣ ।୨୫ଦିନ ପରେ ଇରାନଠୁ ପ୍ରତିଶୋଧ ନେଇଛି ଇସ୍ରାଏଲ । ଶନିବାରୁ ଭୋରୁ ଆଇଡିଏଫ ଇରାନର ସୈନ୍ୟ ଠିକଣା ଉପରେ ବଡ ଆକ୍ରମଣ କରିଛି । ଏହି ଆକ୍ରମଣକୁ ଅନେକ ମୁସଲିମ ବହୁଳ ରାଷ୍ଟ୍ର ନିନ୍ଦା କରୁଥିବାବେଳେ ଆମେରିକା ମଧ୍ୟ ପ୍ରତିକ୍ରିୟା ରଖିଛି । ସେପଟେ କ’ଣ ରହିଛି ଇସ୍ରାଏଲର ଆଗାମୀ ରଣନୀତି ଜାଣନ୍ତୁ..
ଶତ୍ରୁଙ୍କଠୁ ପ୍ରତିଶୋଧ ନେବାରେ ଟିକେ ବି ହେଲେ ଡେରି କରେନି ଇସ୍ରାଏଲ । ସେ ହିଜବୁଲ୍ଲା ହେଉବା ହମାସ । ଠିକଣା ଦେଖି ଆକ୍ରମଣ କରେ ଆଉ ଦିଏ କଡ଼ା ଜବାବ । ଶନିବାର ଭୋରୁ ଜୋର ଆକ୍ରମଣରେ ଥରି ଉଠିଛି ଇରାନର ରାଜଧାନୀ ତେହେରାନ । ତିନି ଆଡ଼ୁ ଘେରି ଆଇଡିଏଫ ପ୍ରତିଶୋଧ ନେଇଛି ।
ଇସ୍ରାଏଲ ଆକ୍ରମଣରେ ଥରିଲା ତେହେରାନ
ଇରାନ ରାଜଧାନୀ ତେହେରାନକୁ ଟାର୍ଗେଟ
ଟାର୍ଗେଟ୍ରେ ଇରାନର ସୈନ୍ୟ, ମିସାଇଲ, ଡ୍ରୋନ ଠିକଣା
ତିନୋଟି ପର୍ଯ୍ୟାୟରେ ଆକ୍ରମଣ
ଆକ୍ରମଣରେ ୧୦୦ରୁ ଅଧିକ ଯୁଦ୍ଧ ବିମାନ ସାମିଲ
ଏଫ ୩୫ ଜେଟ ଜରିଆରେ ଆକ୍ରମଣ
ପୂର୍ବ ତେହେରାନ ଓ ଇସଲାମିକ ରିଭିଲ୍ୟୁସନା ଗାର୍ଡ କପର୍ସ କମାଣ୍ଡଙ୍କୁ ଆକ୍ରମଣ
ଇରାନର କୌଣସି ପରମାଣୁ ଠିକଣାରେ ଆକ୍ରମଣ ହୋଇନି
ତେଲ ଓ ଇନ୍ଧନ ଉତ୍ପାଦନ କେନ୍ଦ୍ରକୁ ମଧ୍ୟ ଟାର୍ଗେଟ କରାଯାଇନି
ଇସ୍ରାଏଲ ଏକଥା ମଧ୍ୟ ଜାଣିଛି ରକ୍ତମୁଖା ଇରାନ କୌଣସି ସମୟରେ ପାଲଟା ଜବାବ ଦେଇପାରେ । ତେଣୁ ଏନେଇ ଆଇଡିଏଫ ଜରୁରୀ ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ କରିଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଛି ଜରୁରୀ ବୈଠକ । ସେପଟେ ଆକ୍ରମଣକୁ ନେଇ ଆମେରିକା ମଧ୍ୟ ପ୍ରତିକ୍ରିୟା ରଖିଛି । ପାଲଟା ଆକ୍ରମଣ କଲେ ଇରାନର ସ୍ଥିତି ଶୋଚନୀୟ ହେବ ବୋଲି ସତର୍କ କରାଇଦେଇଛି ଆମେରିକା । ସେପଟେ ସାଉଦି ଆରବ ସମେତ ଅନେକ ମୁସଲିମ ବହୁଳ ରାଷ୍ଟ୍ର ଇସ୍ରାଏଲକୁ ଆକ୍ରମଣ ପାଇଁ ନିନ୍ଦା କରିଛନ୍ତି ।
ଇରାନଠୁ ଇସ୍ରାଏଲର ପ୍ରତିଶୋଧ
୨୫ଦିନ ପୂର୍ବରୁ ପ୍ରତିଶୋଧ ନେଇଛି ଇସ୍ରାଏଲ
ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଇରାନ
ପାଲଟା ଜବାବରେ ତେହରାନକୁ ଟାର୍ଗେଟ କରିଛି
ଇରାନକୁ ଆର୍ଥିକ ଓ ସାମରିକଭାବେ ଦୁର୍ବଳ କରିବାକୁ ଚାହୁଁଛି
ଇରାନ ବିରୋଧୀ ଲଢ଼େଇ ପାଇଁ ଆବଶକୀୟ ଦସ୍ତାବିଜ ଲିକ ହୋଇଛି ଓ ଇରାନ ଉପରେ ବର୍ତ୍ତମାନ ଆକ୍ରମଣ କରାଯିବନି ବୋଲି ଅର୍ନ୍ତଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଖବରର କିଛି ଘଣ୍ଟା ମଧ୍ୟରେ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ଏବେ ଦେଖିବାକୁ ବାକି ରହିଲା ଇରାନ-ଇସ୍ରାଏଲ ଲଢ଼େଇ ମଧ୍ୟପ୍ରାଚ୍ୟର ଭବିଷ୍ୟତକୁ କେଉଁ ଆଡକୁ ନେଉଛି ।