୩୯ ଦିନ ପରେ ସ୍ବଦେଶ ଫେରିଲା ବ୍ରିଟିଶ ଯୁଦ୍ଧ ବିମାନ : ଏଫ୍‌-୩୫ ବି’କୁ ସଜାଡ଼ିଲେ ୩୮ଜଣ ଇଞ୍ଜିନିୟର

ବ୍ରିଟେନ୍‌ରୁ ଆସିଲେ ୧୪ ଜଣିଆ ଟିମ୍‌ ଓ ଜୁଲାଇ ୧୨ରୁ ଆରମ୍ଭ ହେଲା ବିମାନର ତ୍ରୁଟି ଖୋଜା ଓ ସଜାଡ଼ିବା କାମ । କିଛି ଦିନର କସରତ ପରେ ଶେଷରେ ଠିକ୍‌ ହୋଇଥିଲା ବ୍ରିଟେନ୍‌ର ଏହି ଯୁଦ୍ଧ ବିମାନ ଓ ଆଜି ଉଡ଼ାଣ ଭରିଛି । 

Fighter jet

Fighter jet Photograph: (kanakNews)

କନକ ବ୍ୟୁରୋ : ବ୍ରିଟିଶ ସେନାର ଅନ୍ୟତମ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍‌-୩୫ ବି’ । ଜୁନ୍‌ ୧୪ରୁ କେରଳ ଥିରୁୱନନ୍ତପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା ।  ମଝି ଆକାଶରେ ବୈଷୟିକ ତ୍ରୁଟି ଦେଖାଯିବା ପରେ ସେବେଠୁ ଏଠାରେ ଅଟକିଥିଲା । ଆଶା କରାଯାଉଥିଲା ଦିନେ କି ଦୁଇ ଦିନରେ ବିମାନ ଠିକ ହୋଇଯିବ ଓ ଉଡ଼ାଣ ଭରିବ ।  କିନ୍ତୁ ସେମିତି କିଛି ହେବା ବଦଳରେ ଦିନ ପରେ ଦିନ ବିତିଲା ଆଉ ଭାରତୀୟ ଇଞ୍ଜିନିୟର ବିମାନ ସଜାଡ଼ି ପାରିଲେନାହିଁ । ଶେଷରେ ବ୍ରିଟେନ୍‌ରୁ ଆସିଲେ ୧୪ ଜଣିଆ ଟିମ୍‌ ଓ ଜୁଲାଇ ୧୨ରୁ ଆରମ୍ଭ ହେଲା ବିମାନର ତ୍ରୁଟି ଖୋଜା ଓ ସଜାଡ଼ିବା କାମ । କିଛି ଦିନର କସରତ ପରେ ଶେଷରେ ଠିକ୍‌ ହୋଇଥିଲା ବ୍ରିଟେନ୍‌ର ଏହି ଯୁଦ୍ଧ ବିମାନ ଓ ଆଜି ଉଡ଼ାଣ ଭରିଛି । 

ତେବେ ୩୯ ଦିନ ଭିତରେ ରହିବା ପାଇଁ ବ୍ରିଟେନ୍‌ ସେନାକୁ ବେଶ୍ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିଛି । ରନୱେରେ ରହିବା ପାଇଁ ଦିନକୁ ଦେବାକୁ ପଡୁଥିଲା ୨୬ ହଜାର ପାର୍କିଂ ଫି’ । । ମୁଖ୍ୟତଃ ଆମେରିକାଠୁ ଏହି ବ୍ୟୟବହୁଳ ଯୁଦ୍ଧ ବିମାନ କିଣିଥିଲା ବ୍ରିଟେନ୍‌ । ୨୦୧୫ ରେ ୭୮୦ କୋଟି ଟଙ୍କାରେ ଏହି ବିମାନକୁ କିଣିଥିଲା ବ୍ରିଟେନ୍‌ ।  ଏହା ୫ମ ଜେନେରେସନ୍‌ର ଆଡଭାନ୍ସ ଯୁଦ୍ଧ ବିମାନ । ପେଣ୍ଟାଗନର ଅନ୍ୟତମ ଶକ୍ତିଶାଳୀ ଯୁଦ୍ଧ ବିମାନ । ମୋଦୀ ନିଜର ଆମେରିକା ଗସ୍ତ ସମୟରେ ଏଫ୍‌-୩୫ ବିମାନ ଭାରତୀୟ ସେନାରେ ସାମିଲ କରିବାକୁ ଟ୍ରମ୍ପ ପ୍ରଶାସନଙ୍କ ସହ ଆଲୋଚନା କରିଥିଲେ । ତେବେ ପ୍ରତିରକ୍ଷା ଚୁକ୍ତି ନେଇ କୌଣସି ଆଲୋଚନା ଆଗେଇପାରିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe