କନକ ବ୍ୟୁରୋ : ବ୍ରିଟିଶ ସେନାର ଅନ୍ୟତମ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍-୩୫ ବି’ । ଜୁନ୍ ୧୪ରୁ କେରଳ ଥିରୁୱନନ୍ତପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ମଝି ଆକାଶରେ ବୈଷୟିକ ତ୍ରୁଟି ଦେଖାଯିବା ପରେ ସେବେଠୁ ଏଠାରେ ଅଟକିଥିଲା । ଆଶା କରାଯାଉଥିଲା ଦିନେ କି ଦୁଇ ଦିନରେ ବିମାନ ଠିକ ହୋଇଯିବ ଓ ଉଡ଼ାଣ ଭରିବ । କିନ୍ତୁ ସେମିତି କିଛି ହେବା ବଦଳରେ ଦିନ ପରେ ଦିନ ବିତିଲା ଆଉ ଭାରତୀୟ ଇଞ୍ଜିନିୟର ବିମାନ ସଜାଡ଼ି ପାରିଲେନାହିଁ । ଶେଷରେ ବ୍ରିଟେନ୍ରୁ ଆସିଲେ ୧୪ ଜଣିଆ ଟିମ୍ ଓ ଜୁଲାଇ ୧୨ରୁ ଆରମ୍ଭ ହେଲା ବିମାନର ତ୍ରୁଟି ଖୋଜା ଓ ସଜାଡ଼ିବା କାମ । କିଛି ଦିନର କସରତ ପରେ ଶେଷରେ ଠିକ୍ ହୋଇଥିଲା ବ୍ରିଟେନ୍ର ଏହି ଯୁଦ୍ଧ ବିମାନ ଓ ଆଜି ଉଡ଼ାଣ ଭରିଛି ।
ତେବେ ୩୯ ଦିନ ଭିତରେ ରହିବା ପାଇଁ ବ୍ରିଟେନ୍ ସେନାକୁ ବେଶ୍ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିଛି । ରନୱେରେ ରହିବା ପାଇଁ ଦିନକୁ ଦେବାକୁ ପଡୁଥିଲା ୨୬ ହଜାର ପାର୍କିଂ ଫି’ । । ମୁଖ୍ୟତଃ ଆମେରିକାଠୁ ଏହି ବ୍ୟୟବହୁଳ ଯୁଦ୍ଧ ବିମାନ କିଣିଥିଲା ବ୍ରିଟେନ୍ । ୨୦୧୫ ରେ ୭୮୦ କୋଟି ଟଙ୍କାରେ ଏହି ବିମାନକୁ କିଣିଥିଲା ବ୍ରିଟେନ୍ । ଏହା ୫ମ ଜେନେରେସନ୍ର ଆଡଭାନ୍ସ ଯୁଦ୍ଧ ବିମାନ । ପେଣ୍ଟାଗନର ଅନ୍ୟତମ ଶକ୍ତିଶାଳୀ ଯୁଦ୍ଧ ବିମାନ । ମୋଦୀ ନିଜର ଆମେରିକା ଗସ୍ତ ସମୟରେ ଏଫ୍-୩୫ ବିମାନ ଭାରତୀୟ ସେନାରେ ସାମିଲ କରିବାକୁ ଟ୍ରମ୍ପ ପ୍ରଶାସନଙ୍କ ସହ ଆଲୋଚନା କରିଥିଲେ । ତେବେ ପ୍ରତିରକ୍ଷା ଚୁକ୍ତି ନେଇ କୌଣସି ଆଲୋଚନା ଆଗେଇପାରିନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/07/22/fighter-jet-2025-07-22-20-26-49.jpg)