କନକ ବ୍ୟୁରୋ : କର୍ଣ୍ଣାଟକ ଉତ୍ତର କାନାଡା ଜିଲ୍ଲାର ଗୋକର୍ଣ୍ଣା ଅଞ୍ଚଳରେ ଜଙ୍ଗଲି ଗୁମ୍ଫା ଭିତରୁ ଉଦ୍ଧାର ହୋଇଥିବା ଋଷିୟ ମହିଳା ନୀନା କୁଟିନା ବଡ଼ ବୟାନ ଦେଇଛନ୍ତି । ଗୁମ୍ଫା ଭିତରେ ସେମାନେ ଖୁସୀରେ ଥିଲେ ଏବେ ସେମାନେ ମଇଳା ଭିତରେ ରହୁଛନ୍ତି । ସେଠାରେ ଶାନ୍ତି ଥିଲା ବୋଲି କହିଛନ୍ତି ୪୦ ବର୍ଷିୟ ମହିଳା । ଋଷିୟ ମହିଳା କହିଛନ୍ତି, ଆମେ ସକାଳୁ ସୂର୍ଯ୍ୟ ଉଭୟ ହେବା ସହ ଉଠିଥାଉ । ନଦୀରେ ପହଁରିବା ସହ ପ୍ରକୃତି ସହ ରହିଥିଲୁ । ଆବଶ୍ୟକତା ଅନୁଯାୟୀ ଗ୍ୟାସ ଅବା ନିଆଁ ଜାଳି ରୋଷେଇ କରିଥାଉ । ଖାଦ୍ୟ ପାଇଁ ପାଖ ଗାଁରୁ ଆବଶ୍ୟକୀୟ ଗ୍ରୋସରୀ ସାମଗ୍ରୀ ମଗାଉଥିଲୁ । ଚିତ୍ର ଆଙ୍କୁଥିୁଲୁ, ଗୀତ ଗାଉଥିଲୁ, ବହି ପଢୁଥିଲୁ ଏବଂ ଶାନ୍ତିର ସହ ଜୀବନ ବତାଉଥିଲୁ, କିନ୍ତୁ ଏବେ ଦୁଃଖର ସହ ମଇଳା ଭିତରେ ଜୀବନ ବିତାଉଛୁ । ସେଠାକାର ଜୀବନ ଏହାଠୁ ବହୁତ ଭଲ ଥିଲା । ଗତ ଜୁଲାଇ ୧୧ ତାରିଖରେ ନୀନାଙ୍କ ସହ ତାଙ୍କୁ ଦୁଇ ଝିଅ ପ୍ରେୟା ଏବଂ ଆମାଙ୍କୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଗୁମ୍ଫା ଭିତରୁ ଉଦ୍ଧାର କରିଥିଲା ପୁଲିସ । ସେମାନେ ସେଠାରେ ପ୍ରାୟ ଦୁଇ ସପ୍ତାହ ଧରି ରହୁଥିଲେ । ବ୍ୟବସାୟୀକ ଭିସାରେ ଋଷରୁ ଭାରତ ଆସିଥିଲେ । ସେ ରାମଙ୍କ ଭକ୍ତ ହୋଇଥିବା ବେଳେ ପ୍ରାକୃତିକ ପରିବେଶରେ ରହିବାକୁ ପସନ୍ଦ କରନ୍ତି ।
କେମିତି ଜଙ୍ଗଲରେ ଖୁସି ଥିଲେ?
କାହାଣୀ କହିଲେ ଋଷିୟ ମହିଳା
ଜୁଲାଇ ୧୧ ତାରିଖରେ ଋଷିୟ ମହିଳାଙ୍କ ସହ ଦୁଇ ଝିଅଙ୍କୁ ଉଦ୍ଧାର କରିଥିଲା ପୁଲିସ
ନୀନା କହିଛନ୍ତି ସେ ୧୫ ବର୍ଷ ହେଲାଣି ସେ ସାରା ବିଶ୍ବ ଭ୍ରମଣ କରୁଛନ୍ତି
ପ୍ରାୟ ୨୦ ଦେଶ ବୁଲିସାରିଲେଣି, ତାଙ୍କର ୪ ଟି ପିଲା ଅଛନ୍ତି
ତାଙ୍କ ପିଲାମାନେ ବିଭିନ୍ନ ଦେଶରେ ଥିବା ବେଳେ ଜନ୍ମ ହୋଇଛନ୍ତି
ଏଥିପାଇଁ ସେ କେବେବି ହସ୍ପିଟାଲ ଅବା ଡାକ୍ତରଙ୍କ ପାଖକୁ ଯାଇନାହାଁନ୍ତି
ଏକା ଏକା ସେ ଛୁଆ ଜନ୍ମ ମଧ୍ୟ କରିଛନ୍ତି, ଏଥିପାଇଁ ତାଙ୍କୁ କାହାର ଆବଶ୍ୟକତା ପଡ଼ିନାହିଁ
ସେ ପଢ଼ାଇବା ପାଇଁ ପ୍ରଶିକ୍ଷଣ ନେଉଥିବାରୁ ତାଙ୍କ ଛୁଆଙ୍କୁ ସେ ପାଠପଢାଉଛନ୍ତି
ଚିତ୍ରକଳା, ମ୍ୟୁଜିକ ଭିଡିଓ, ସାମୟିକ ଶିକ୍ଷାଦାନ, ଛୁଆ ପାଳିବା ଆଦି କାମ କରି ରୋଜଗାର କରନ୍ତି
ଆବଶ୍ୟକ ପଡିଲେ ତାଙ୍କ ବାପା, ଭାଇ, ପୁଅକୁ ସହାୟତା ମାଗନ୍ତି
କିନ୍ତୁ ତାଙ୍କର ଆବଶ୍ୟକତା ଅନୁଯାୟୀ ତାଙ୍କ ପାଖରେ ଟଙ୍କା ଥିବା କହିଛନ୍ତି ନୀନା
ଜଙ୍ଗଲରେ ରହିବା ବେଳେ ସୂର୍ଯ୍ୟଦୋୟ ହେବ ସହ ଉଠିଥାନ୍ତି
ନଦୀରେ ପହଁରିବା ସହ ପ୍ରକୃତି ସହ ରହିଥିଲୁ
ଆବଶ୍ୟକତା ଅନୁଯାୟୀ ଗ୍ୟାସ ଅବା ନିଆଁ ଜାଳି ରୋଷେଇ କରିଥାଉ
‘ଖାଦ୍ୟ ପାଇଁ ପାଖ ଗାଁରୁ ଆବଶ୍ୟକୀୟ ଗ୍ରୋସରୀ ସାମଗ୍ରୀ ମଗାଉଥିଲୁ’
‘ଚିତ୍ର ଆଙ୍କୁଥିୁଲୁ, ଗୀତ ଗାଉଥିଲୁ, ବହି ପଢୁଥିଲୁ ଏବଂ ଶାନ୍ତିର ସହ ଜୀବନ ବିତାଉଥିଲୁ’
କିନ୍ତୁ ଏବେ ଦୁଃଖର ସହ ମଇଳା ଭିତରେ ଜୀବନ ବିତାଉଛୁ
ସେଠାକାର ଜୀବନ ଏହାଠୁ ବହୁତ ଭଲ ଥିଲା
ସେ ନିଜ ଇଛାରେ ଜଙ୍ଗଲକୁ ଯାଇଥିଲେ, ଏବେ ତାଙ୍କୁ ଅସହଜ ସ୍ଥାନରେ ରଖାଯାଇଛି
ଅପରିସ୍କାର ପରିବେଶ ଭିତରେ ରହୁଛନ୍ତି ଯେଉଁଠି କୌଣସି ବ୍ୟକ୍ତିଗତ ସ୍ବାଧୀନତା ନାହିଁ
ତାଙ୍କୁ କେବଳ ସାଧା ଭାତ ଖାଇବାକୁ ଦିଆଯାଉଛି କହିଛନ୍ତି ଋଷିୟ ମହିଳା
ସେ ଜଙ୍ଗଲରେ ବହୁତ ପରିସ୍କାର ପରିଚ୍ଛନତା ସହ ଜୀବନ ବିତାଉଥିବା କହିଛନ୍ତି
‘ବ୍ୟକ୍ତିଗତ କାରଣ, ଆଇନଗତ ସମସ୍ୟା, ଭାବପ୍ରବଣତା ଭାରତ ଛାଡିବାକୁ ଚାହୁଁନହାଁନ୍ତି’