କନକ ବ୍ୟୁରୋ: ୨୫୦୦ ବର୍ଷର ପାରସ୍ୟ ସାମ୍ରାଜ୍ୟ... ଯେଉଁଠି ଜନ୍ମ ନେଇଛନ୍ତି ଅନେକ ଶକ୍ତିଶାଳୀ ଶାହ । କିନ୍ତୁ ୧୯୭୯ର ସେହି ବିପ୍ଳବ ପରେ ଇରାନର ଭାଗ୍ୟ ଏମିତି ବଦଳିଗଲା ଯେ, ଆଜି ୪୭ ବର୍ଷ ପରେ ବି ସେହି ନିଆଁ ଲିଭିନି । କଣ ଥିଲା ସେହି ରହସ୍ୟ ? କେମିତି ଆମେରିକା ଇରାନର ମାଟିରେ ଖେଳିଥିଲା ରକ୍ତର ଖେଳ ?
୧୯୫୦ ମସିହା । ଇରାନର ଲୋକେ ବାଛିଥିଲେ ସେମାନଙ୍କ ନେତା-ମହମ୍ମଦ ମୋସାଦେକ । ଜଣେ ଦୂରଦୃଷ୍ଟିସମ୍ପନ୍ନ ରାଜନେତା, ଯିଏ ଚାହୁଥିଲେ ଇରାନର 'କଳା ସୁନା' ଅର୍ଥାତ୍ ତେଲର ଲାଭ କେବଳ ଇରାନର ଲୋକଙ୍କ ପାଖକୁ ଯାଉ । ସେ ବ୍ରିଟିଶ ଓ ଆମେରିକୀୟ କମ୍ପାନିଙ୍କୁ ବାହାର କରି ତେଲର ଜାତୀୟକରଣ କଲେ । କିନ୍ତୁ ଏହି ଗୋଟିଏ ନିଷ୍ପତ୍ତି ତାଙ୍କ ପାଇଁ କାଳ ହେଲା ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ନିଜକୁ ବିଶ୍ୱର ମହାଶକ୍ତି ବୋଲାଉଥିଲା । ଇରାନର ତେଲ ଉପରେ ସେମାନଙ୍କ ନଜର ଥିଲା । ୧୯୫୩ ମସିହାରେ ବ୍ରିଟେନ ସହ ମିଶି ଆମେରିକା ରଚିଲା ଏକ ଭୟଙ୍କର ଷଡ଼ଯନ୍ତ୍ର । ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାଚ୍ୟୁତ କରାଗଲା । ଗଣତନ୍ତ୍ରର କଣ୍ଠରୋଧ କରି ସିଂହାସନରେ ବସାଗଲା ଜଣେ ପୋତୁଲା ରାଜାଙ୍କୁ-ମହମ୍ମଦ ରେଜା ପହଲଭି ।
ଅଧିକ ପଢ଼ନ୍ତୁ : ଶୁକ୍ରବାର ଇରାନରୁ ଫେରିବେ ଜମ୍ମୁ-କାଶ୍ମୀର ଛାତ୍ରଛାତ୍ରୀଙ୍କ ପ୍ରଥମ ବ୍ୟାଚ୍
୨୨ ବର୍ଷୀୟ ଏହି ନୂଆ ଶାହଙ୍କ ବିଳାସମୟ ଜୀବନ ଦେଖିଲେ ଆଖି ଖୋସି ହୋଇଯିବ । ଦେଶର ଲୋକେ ଭୋକରେ ଆଉଟୁପାଉଟୁ ହେଉଥିବା ବେଳେ, ଶାହଙ୍କ ମଧ୍ୟାହ୍ନ ଭୋଜନ ପ୍ରତିଦିନ ପ୍ୟାରିସରୁ ବିମାନରେ ଆସୁଥିଲା । କୁହାଯାଏ, ତାଙ୍କ ସ୍ତ୍ରୀ ପାଣିରେ ନୁହେଁ, କ୍ଷୀରରେ ଗାଧୋଉଥିଲେ । ସାଧାରଣ ଲୋକଙ୍କ ରକ୍ତ-ଝାଳର ପଇସାକୁ ଶାହ ପାଣି ଭଳି ବୁହାଉଥିଲେ । କିନ୍ତୁ ଶାହ ଜାଣିଥିଲେ, ଏହି ପାପର ସାମ୍ରାଜ୍ୟ ବେଶୀ ଦିନ ରହିବ ନାହିଁ । ସେଥିପାଇଁ ସେ ତିଆରି କଲେ 'SAVAK' - ଏକ ନିଷ୍ଠୁର ଆଭ୍ୟନ୍ତରୀଣ ପୁଳଇସ ବାହିନୀ । ଏମାନଙ୍କ କାମ ଥିଲା ବିରୋଧୀଙ୍କୁ ଖୋଜି ଖୋଜି ଜୀବନରୁ ମାରିବା । ଯିଏ ସ୍ୱର ଉତ୍ତୋଳନ କଲା, ତାକୁ ଅତି ନିଷ୍ଠୁର ଭାବେ ଦମନ କରାଗଲା । ଗୋଟିଏ ପଟେ ରଙ୍ଗୀନ ମହଲ, ଅନ୍ୟପଟେ କାରାଗାରର ଅନ୍ଧକାର ।
ଏବେ ଇତିହାସ ପୁଣି ଦୋହରାଉଛି । ସେଦିନ ଆମେରିକା ଶାହଙ୍କୁ ବସାଇଥିଲା, ଆଜି ପୁଣି ଇରାନର ଆଭ୍ୟନ୍ତରୀଣ ମାମଲାରେ ଆମେରିକାର ହସ୍ତକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏଥର ଲଢ଼େଇ ଆହୁରି ଭୟଙ୍କର । ୪୭ ବର୍ଷର ରାଗ ଆଜି ରାଜରାସ୍ତାରେ ନିଆଁ ଭଳି ଜଳିବାରେ ଲାଗିଛି । ତେବେ କ'ଣ ଏହି ଇତିହାସର ଅନ୍ତ ହେବ ? ନା ପୁଣି କୌଣସି ବିଦେଶୀ ଶକ୍ତିର ଷଡ଼ଯନ୍ତ୍ରରେ ବଳି ପଡ଼ିବେ ଇରାନର ସାଧାରଣ ଜନତା ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/16/iran-revolution-story-2026-01-16-10-41-21.jpg)