ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ସୁପର୍ ଆପ୍ ଲଞ୍ଚ କରାଯାଇଛି । ଏଣିକି ଟିକେଟ ବୁକିଂଠାରୁ ଆରମ୍ଭ କରି ଖାଦ୍ୟ ପାନୀୟ ଯାଏ ସବୁ ସୁବିଧା ଗୋଟିଏ ଆପ୍ରେ ହିଁ ମିଳିବ । ରେଲୱେ ସହ ଜଡ଼ିତ ସମସ୍ତ ସୁବିଧା ଏହି ଆପ୍ରୁ ହିଁ ଉପଲବ୍ଧ ହେବାକୁ ଯାଉଛି । ଯାହାର ନାଁ ହେଉଛି ସ୍ୱରେଲ୍(Swarail) ।
ଆପଣ ଯଦି ସବୁବେଳେ ଟ୍ରେନ୍ରେ ଯାତ୍ରା କରୁଛନ୍ତି । ତେବେ ଆପଣଙ୍କ ପାଇଁ ଖୁସି ଖବର । ରେଲୱେ ପକ୍ଷରୁ ଯାତ୍ରୀଙ୍କୁ ଏକ ସୁପର୍ ଆପ୍ର ସୁବିଧା ଯୋଗାଇ ଦିଆଯାଇଛି । ଏହି ଆପ୍ ଜରିଆରେ ଆପଣ ଜେନେରାଲ ଟିକେଟଠୁ ଆରମ୍ଭ କରି ଖାଦ୍ୟ ପାନୀୟ, ଟଏଲେଟ୍ ଆଦି ସୁବିଧା ପାଇପାରିବେ ।
ଆସନ୍ତୁ ଜାଣିବା ସ୍ୱରେଲ୍ କ’ଣ ?
ସ୍ୱରେଲ ହେଉଛି ରେଲୱେର ଏକ ପ୍ରକାର 'ସୁପର ଆପ୍' । ପୂର୍ବରୁ ଆପଣଙ୍କୁ ରିଜର୍ଭେସନ୍, ଜେନେରାଲ ଟିକେଟ୍, ଖାଦ୍ୟ ଅର୍ଡର କରିବା କିମ୍ବା ଅଭିଯୋଗ ଦାଖଲ କରିବା ପାଇଁ ଅଲଗା ଆପ୍ ଆବଶ୍ୟକ ହେଉଥିଲା । ଏବେ ଆପଣ ସବୁକିଛି ଗୋଟିଏ ସ୍ଥାନରେ ପାଇ ପାରିବେ । ଏହି ଆପ୍ ସେଣ୍ଟର ଫର୍ ରେଲୱେ ଇନଫର୍ମେସନ୍ ସିଷ୍ଟମ୍ସ (CRIS) ଦ୍ୱାରା ବିକଶିତ ହୋଇଛି । ଯାହା ଉଭୟ Android ଏବଂ iOS ରେ ଉପଲବ୍ଧ । ଉପଭୋକ୍ତାମାନେ ସେମାନଙ୍କର ପୂର୍ବରୁ ଥିବା IRCTC ଆକାଉଣ୍ଟରେ ଏହି ଆପ୍ରେ ଲଗଇନ୍ କରିପାରିବେ ।
- ସ୍ୱରେଲରେ ଆପଣଙ୍କୁ ମିଳିବ ଏହି ସୁବିଧା
- ରିଜର୍ଭେସନ୍ ଟିକେଟ୍ ବୁକିଂ
- ଜେନେରାଲ ଏବଂ ପ୍ଲାଟଫର୍ମ ଟିକେଟ୍
- ଲାଇଭ୍ ଟ୍ରେନ୍ ସ୍ଥିତି ଯାଞ୍ଚ
- ଖାଦ୍ୟ ଅର୍ଡର କରିବା
- ଅଭିଯୋଗ ଦାଖଲ କରିବା
ଏବେ ଯାତ୍ରୀଙ୍କ ମନରେ ପ୍ରଶ୍ନ ଉଠୁଥିବା ସ୍ୱରେଲ୍ ଆସିବା ପରେ IRCTC ଆପ୍ ବନ୍ଦ ହୋଇଯିବ କି ? ଉତ୍ତର ହେଉଛି 'ନା' । IRCTC ଆପ୍ ଚାଲୁ ରହିବ । କିନ୍ତୁ ସ୍ୱରେଲ୍ ଆପ୍ ଦ୍ୱାରା ଯାତ୍ରୀଙ୍କ ଅନେକ ପ୍ରକାର ସୁବିଧା ପାଇପାରିବେ । ବିଶେଷ କରି ପର୍ବପର୍ବାଣୀ ଏବଂ ବିବାହ ଋତୁରେ ତତ୍କାଳ ବୁକିଂ ସମୟରେ IRCTC ଆପ୍ ପ୍ରାୟତଃ ଧୀର ରୁହେ । ସ୍ୱରେଲ୍ ଏହି ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରିବ । ସ୍ୱରେଲ ବ୍ୟବହାରକାରୀଙ୍କ ପାଇଁ ଏକ ସ୍ମାର୍ଟ ଏବଂ ସହଜ ବିକଳ୍ପ ଭାବରେ ଉଭା ହେବ ।