କନକ ବ୍ୟୁରୋ : ଖୁବଶୀଘ୍ର ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ଏହି ଷ୍ଟାର କ୍ରିକେଟର । ବହୁଦିନ ଧରି ମୋବାଇଲରେ ତାଙ୍କ ଅଭିନୟ ଓ ଡ୍ୟାନ୍ସର ଜଲୱା ଦେଖିବା ପରେ ଏବେ ତାଙ୍କୁ ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆପଣଙ୍କ ମନରରେ ବି ପ୍ରଶ୍ନ ଉଠୁଥିବ କିଏ ସେହି କ୍ରିକେଟର ଜଣକ । ବାସ୍ତବରେ ସେ କୌଣସି ଭାରତୀୟ କ୍ରିକେଟର ନୁହନ୍ତି କିନ୍ତୁ ଭାରତୀୟ ଗୀତରେ ରିଲ୍ସ କରିବାର ତାଙ୍କର ନିଶା ରହିଛି । ଯାହା ତାଙ୍କୁ ଆଜି ଭାରତୀୟ ସିନେମାରେ ଅଭିନୟ କରିବାର ସୁଯୋଗ ଦେଇଛି ।
ଚର୍ଚ୍ଚାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ୍ ୱାର୍ଣ୍ଣର । ଏଥର କ୍ରିକେଟ ପଡ଼ିଆରେ ନୁହେଁ ବରଂ ବଡ଼ ପରଦାରେ କରିବେ ଧମାସ । କେତେ ବେଳେ ପୁଷ୍ପା ତ କେତେ ବେଳେ ଥାଲାପତି ବିଜୟ । ସାଉଥ୍ ସୁପରଷ୍ଟାରଙ୍କ ଗୀତରେ ରିଲ୍ସ କରୁଥିବା ଡେଭିଡ୍ ୱାର୍ଣ୍ଣର ଖୁବଶୀଘ୍ର ସାଉଥ୍ ଫିଲ୍ମରେ ନଜର ଆସିବେ । ଏନେଇ ସୂଚନା ଦେଇଛନ୍ତି ସୁପରହିଟ୍ ଫିଲ୍ମ ପୁଷ୍ପାର ନିର୍ମାତା । କ୍ରିକେଟ ଦୁନିଆରେ ନିଜ ଜଲୱା ଦେଖାଇବା ପରେ ଏବେ ଅଭିନୟ ଦୁନିଆରେ ବି କମାଲ କରିବେ ୱାର୍ଣ୍ଣର ।
ସାଉଥ୍ ଫିଲ୍ମ ରବିନହୁଡ୍ରେ ୱାର୍ଣ୍ଣର ଅଭିନୟ କରିବେ ବୋଲି ପୁଷ୍ପା ଫିଲ୍ମର ନିର୍ମାତା ରବି ଶଙ୍କର କହିଛନ୍ତି । ଫିଲ୍ମରେ ୱାର୍ଣ୍ଣର ଏକ କ୍ୟାମିଓ ରୋଲ୍ କରିବେ ବୋଲି ଶୁଣିବାକୁ ମିଳୁଛି । ଏମିତି ବି ୱାର୍ଣ୍ଣର ପୁଷ୍ପା ଫିଲ୍ମର ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବଡ଼ ଫ୍ୟାନ । ବହୁବାର ଫିଲ୍ଡରେ ମଧ୍ୟ ୱାର୍ଣ୍ଣର ପୁଷ୍ପା ଅନ୍ଦାଜରେ ଦର୍ଶକଙ୍କୁ ମନୋରଞ୍ଜନ କରିଛନ୍ତି ।
ସୂଚନା ମୁତାବକ ସାଉଥ୍ ଫିଲ୍ମ ‘ରବିନହୁଡ୍’ ରେ ନିତିନ୍ ମୁଖ୍ୟ ଅଭିନେତା ଥିବା ବେଳେ ପୁଷ୍ପା ୨ ଦ ରୁଲ୍ ଫିଲ୍ନରେ କ୍ରେଜରେ ଥିବା ଅଭିନେତ୍ରୀ ଶ୍ରୀଲୀଲା ମୁଖ୍ୟ ଅଭିନେତ୍ରୀ ରହିଛନ୍ତି । ଫିଲ୍ମର ଏହି ମାସ ୨୮ ରେ ରିଲିଜ୍ ହେବ । ତେବେ ଡେଭିଡ୍ ୱାର୍ଣ୍ଣର ଯେଉଁ ବି ରୋଲ୍ରେ ନଜର ଆସନ୍ତୁ । ଫ୍ୟାନ୍ସ କିନ୍ତୁ ବେଶ୍ ଉତ୍ସାହିତ ରହିବେ । କାହିଁକି ନା ଭାରତରେ ଡେଭିଡ୍ ୱାର୍ଣ୍ଣରଙ୍କ ବହୁସଂଖ୍ୟକ ଫ୍ୟାନ୍ସ ରହିଛନ୍ତି । ଏହି ଫିଲ୍ନରେ ପ୍ରଥମେ ରଶ୍ମିକା ମନ୍ଦାନାଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବେ ଚୟନ କରାଯାଇଥିଲା । କିନ୍ତୁ କୌଣସି କାରଣ ବଶତଃ ଶ୍ରୀଲୀଲାଙ୍କୁ ରଶ୍ନିକାଙ୍କ ବଦଳରେ କାଷ୍ଟ କରାଗଲା ।
ପୂର୍ବରୁ ରବି ଶଙ୍କରଙ୍କ ଫିଲ୍ମ ପୁଷ୍ପା ବକ୍ସ ଅଫିସ୍ରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଆଗାମୀ ଫିଲ୍ମରେ ଡେଭିଡ୍ ୱାର୍ଣ୍ଣରଙ୍କ ଉପସ୍ଥିତି ତାଙ୍କୁ ବେଶ୍ ଲାଭ ଦେବ । ପୁରା ଦୁନିଆରେ ୱାର୍ଣ୍ଣରଙ୍କ କୋଟି କୋଟି ଫ୍ୟାନ୍ସ ରହିଛନ୍ତି । ସମସ୍ତେ ଏହି ଫିଲ୍ମର ରିଲିଜ୍କୁ ନିହାତି ଭାବରେ ଅପେକ୍ଷା କରିଥିବେ । ଦେଖାଯାଉ ଫିଲ୍ଡରେ ଛକା ଚୌକା ବର୍ଷା କରୁଥିବା ୱାର୍ଣ୍ଣରଙ୍କ ଫିଲ୍ନି ଡେବ୍ୟୁ କେତେ ହିଟ୍ ରହୁଛି ।