କନକ ବ୍ୟୁରୋ : ସପ୍ତାହକୁ ଯଦି ଆପଣ ଗୋଟିଏ ଦିନ ପର୍ୟ୍ୟାପ୍ତ ସମୟ ଶୋଇବେ ତେବେ କମିଯିବ ହୃଦଘାତ ଆଶଙ୍କା । ସ୍ପିଲ ହେଲଥ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୱିକେଣ୍ଡରେ ଆପଣ ଯଦି ପର୍ଯ୍ୟାପ୍ତ ସମୟ ନିଦ୍ରା ଯାଉଛନ୍ତି, ତେବେ ଆପଣଙ୍କ ନିକଟରେ ହୃଦଘାତର ଆଶଙ୍କା କମ ରହିପାରେ ।
ପୂରା ସପ୍ତାହରେ ଯଦି ଆପଣ କମ ନିଦ୍ରରେ ଯାଇଛନ୍ତି, ପ୍ରତ୍ୟେକ୍ଷରେ ହେଉ କି ପରୋକ୍ଷରେ ଏହାର ଖରାପ ପ୍ରଭାବ ଶରୀରରେ ପଡିଥାଏ । ଯଦି ୱିକେଣ୍ଡରେ ଆପଣ ୮ରୁ ୯ ଘଣ୍ଟା ଶୋଇବେ, ତେବେ ଅସୁସ୍ଥ ହେବା ଆଶଙ୍କା ବା ହୃଦଘାତ ସମ୍ଭାବନା କମ ହୋଇପାରେ । ୟୁଏସ ନ୍ୟାଶନାଲ ଲାଇବ୍ରେରୀ ଅଫ ମେଡିସିନର ଏକ ଗବେଷଣାରୁ ଏହା ଜଣାପଡିଛି ।
ନିଦ କମ ହେଲେ ଶରୀରରେ ଇମ୍ପୋଲୋମେସନ ବଢ଼ିପାରେ । ସବୁଠୁ ବଡ଼ କଥା ହେଉଛି ଏହାର ଲକ୍ଷଣ ପ୍ରକାଶ ନପାଇଲେ ବି ଏହା ହୃଦଘାତର କାରଣ ହୋଇପାରେ । ବ୍ୟସ୍ତତା ଜୀବନରେ ଭାରତର ୮୦ପ୍ରତିଶତ କର୍ମଜୀବୀ ବ୍ୟକ୍ତି ବା ଗୃହିଣୀ ୫ରୁ ୬ ଘଣ୍ଟାରୁ ନିଦ୍ରାରେ ଯାଇଥାନ୍ତି । କିନ୍ତୁ ଡାକ୍ତର କୁହନ୍ତି ୮ ଘଣ୍ଟା ଶୋଇବା ନିହାତି ଦରକାର । ଏହି କ୍ରମରେ ୱିକେଣ୍ଡରେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ହୃଦଘାତ ଆଶଙ୍କା କମାଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/O9ZJtGcrCCJstxHBABUO.jpg)