କନକ ବ୍ୟୁରୋ : ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଚନବାସ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏକ ସ୍ୱିଫ୍ଟ କାର ଅନିୟନ୍ତ୍ରିତ ହୋଇ ୫୦୦ ମିଟର ଗଭୀର ଖାଇରେ ଖସି ପଡ଼ିଥିଲା । ମୃତକମାନଙ୍କ ମଧ୍ୟରେ ବାନିଖେଟର ଶିକ୍ଷକ ରାଜେଶ, ତାଙ୍କ ପତ୍ନୀ ପୁଅ, ଝିଅ, ଶାଳୀ ଏବଂ ଅନ୍ୟ ଜଣେ ବ୍ୟକ୍ତି ଅଛନ୍ତି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ପାହାଡ଼ରୁ ଖସି ପଡ଼ିଥିବା ପଥର କାର ଉପରେ ପଡ଼ିଥିଲା, ଯାହା ଦୁର୍ଘଟଣାର କାରଣ ହୋଇଛି । ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ ଏବଂ ରାତି ପ୍ରାୟ ୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲା । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଶୋକ ପ୍ରକାଶ କରି ପୀଡ଼ିତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/08/77-2025-08-08-14-56-43.jpg)