କନକ ବ୍ୟୁରୋ : ଏତେବଡ଼ ଘଟଣା କେମିତି ଘଟିଲା? ଏଥିପାଇଁ କିଏ ଦାୟୀ? ବିଜୟ ଉତ୍ସବରେ ଏତେ ବଡ଼ ସୁରକ୍ଷା ତ୍ରୁଟି କେମିତି ଘଟିଲା?  ୩ଦିନ ହେଲା ଏଭଳି ଅନେକ ପ୍ରଶ୍ନ ଭିତରେ ଘୂରିବୁଲୁଛି ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଦଳାଚକଟା ଘଟଣା । ସେପଟେ ଘଟଣା କ୍ରମଶଃ ରାଜନୈତିକ ମୋଡ଼ ନେବାରେ ଲାଗିଛି । ଶାସକ କଂଗ୍ରେସକୁ ଦାୟୀ କରି ଉଭୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଇସ୍ତଫା ଦାବି କରିଛି ବିଜେପି । ଏଥିସହ ସିଦ୍ଧରମୈୟା ଓ ଶିବକୁମାରଙ୍କୁ ଦୁଇଟି କଟାକ୍ଷପୂର୍ଣ୍ଣ ପୋଷ୍ଟ କରି  ବିଜେପି ପ୍ରଶ୍ନ କରିଛି ଯେ, ନିଜ ଦୋଷ ଲୁଚାଇବାକୁ ଯାଇ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିବା କେତେଦୂର ଯୁକ୍ତିଯୁକ୍ତ?

Advertisment

ଆରସିବି ମାର୍କେଟିଂ ମୁଖ୍ୟ ନିଖିଲ ଗିରଫ
ସେପଟେ ଆରସିବି ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି । ନିଖିଲ ସୋସାଲେ ବହୁ ବର୍ଷ ହେଲା ଆରସିବି ସହ ଜଡ଼ିତ । ସେ ଦଳ ପାଇଁ ଡିଜାଇନ, ରଣନୀତି ଓ ମାର୍କେଟିଂ କାମ କରନ୍ତି । ଆଇପିଏଲରେ ଆରସିବିର ବ୍ରାଣ୍ଡ ଓ ବ୍ୟାବସାୟିକ କାର୍ଯ୍ୟକ୍ରମର ନେତୃତ୍ୱ ନିଅନ୍ତି । ଆରସିବିର ସମସ୍ତ ମ୍ୟାଚ୍‌ ବେଳେ ତାଙ୍କୁ ବିରାଟଙ୍କ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଷ୍ଟାଣ୍ଡରେ ଦେଖିବାକୁ ମିଳେ । ସେପଟେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି କର୍ଣ୍ଣାଟକ କ୍ରିକେଟ ଆସୋସିଏସନ । ନିଜ ନାଁରେ ରୁଜୁ ଏଫଆଇଆରକୁ ରଦ୍ଦ କରିବାକୁ କ୍ରିକେଟ ବୋର୍ଡ କୋର୍ଟରେ ପିଟିସନ ଦାଖଲ କରିଛି 

ଆରସିବି ପ୍ରଥମଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ବୁଧବାର ଅପରାହ୍ନରେ ବେଙ୍ଗାଲୁରୁରେ ବିଜୟ ଉତ୍ସବ ଆୟୋଜନ କରାଯାଇଥିଲା । ଅସମ୍ଭାଳ ଭିଡ଼ ଯୋଗୁ ଦଳଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ କ୍ରିକେଟପ୍ରେମୀ ଆହତ ହୋଇଥିଲେ ।