ରେଣୁକାସ୍ୱାମୀ ହତ୍ୟା ମାମଲାର ଫିଟୁଛି ଗୁମର; ଗୁପ୍ତାଙ୍ଗରେ ଦିଆଯାଇଥିଲା କରେଣ୍ଟ

Advertisment

କର୍ଣ୍ଣାଟକ ରେଣୁକାସ୍ୱାମୀ ହତ୍ୟା ମାମଲାରେ ଫିଟୁଛି ଗୁମର । ଦର୍ଶନଙ୍କ ପ୍ରେମିକା ତଥା ଅଭିନେତ୍ରୀ ପବିତ୍ର ଗୌଡ଼ାଙ୍କ ସହ ଲିଭ ଇନରେ ରହିବାକୁ ଚାହୁଁଥିଲେ ମୃତ ପ୍ରଶଂସକ । ପୋଲିସ ଚାର୍ଜସିଟରେ ପର୍ଦ୍ଦାଫାସ ।

କର୍ଣ୍ଣାଟକ ରେଣୁକାସ୍ୱାମୀ ହତ୍ୟା ମାମଲାରେ ଫିଟୁଛି ଗୁମର । ଦର୍ଶନଙ୍କ ପ୍ରେମିକା ତଥା ଅଭିନେତ୍ରୀ ପବିତ୍ର ଗୌଡ଼ାଙ୍କ ସହ ଲିଭ ଇନରେ ରହିବାକୁ ଚାହୁଁଥିଲେ ମୃତ ପ୍ରଶଂସକ । ପୋଲିସ ଚାର୍ଜସିଟରେ ପର୍ଦ୍ଦାଫାସ ।

Karnataka Case

କନକ ବ୍ୟୁରୋ : କର୍ଣ୍ଣାଟକର ବହୁ ଚର୍ଚ୍ଚିତ ରେଣୁକାସ୍ୱାମୀ ହତ୍ୟା ମାମଲାରେ ଫିଟୁଛି ଗୁମର । ଜଣେ ସୁପରଷ୍ଟାର କାହିଁକି ବା ନିଜ ପ୍ରଶଂସକଙ୍କ ହତ୍ୟା କରିବ ? କ‘ଣ ବା ଘଟିଲା କି ଅପହରଣ ଓ ହତ୍ୟା କରିବାକୁ ପଛାଇଲେନି ? ଦୀର୍ଘ ଦୁଇମାସ ହେବ ଏପରି ଅନେକ ପ୍ରଶ୍ନ ଗୁଡ଼େଇ ତୁଡ଼େଇ ହେଉଥିବାବେଳେ ଏବେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ । କନ୍ନଡ ସିନେ ଦୁନିଆର ହାଟଥ୍ରୋବ ଦର୍ଶନ ଓ ତାଙ୍କ ପ୍ରେମିକା ପବିତ୍ରା କେମିତି, କାହିଁକି ପ୍ରଶଂସକ ରେଣୁକାସ୍ୱାମୀଙ୍କ ହତ୍ୟା କରିଥିଲେ ସେକଥା ବଖାଣିଛି ପୁଲିସ ୩ହଜାର ୯୯୯ ଫର୍ଦ୍ଦର ଚାର୍ଜସିଟ 

ସୂଚନା ଅନୁସାରେ ଦର୍ଶନ ଓ ପବିତ୍ରାଙ୍କ ପ୍ରେମ ସର୍ମ୍ପକ ଭିତରେ କଂଟା ସାଜିଥିଲା ରେଣୁକାସ୍ୱାମୀ ପବିତ୍ରାଙ୍କୁ ଏକତରଫା ପ୍ରେମ କରିବା ସହ ବାହା ହେବାକୁ ଜିଦ କରି ଏ ପ୍ରକାର ପାଗଳପ୍ରେମୀ ସାଜିଥିଲା ସ୍ଥିତି ଏଭଳି ହେଲା କି ଦର୍ଶନ ଓ ପବିତ୍ରା ଏକାଠି ମିଶି  ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ । ହତ୍ୟା ପରେ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତ ଚେଷ୍ଟା କରିଥିଲେ ।

ତେବେ ମାମଲାରେ ଦର୍ଶନ ଓ ପବିତ୍ରାଙ୍କ ବ୍ୟତିତ ୧୭ଜଣଙ୍କୁ ଗିରଫ କରାଯାଇଛି । ଜୁନ ୯ରେ ରେଣୁକାସ୍ୱାମୀଙ୍କ ମୃତଦେହ ମିଳିଥିଲା । ବେଙ୍ଗାଲୁରୁ ଆପାର୍ଟମେଯଂଟରେ ଶବ ମିଳିବା ପରେ ଉଭୟ ଦର୍ଶନ ଓ ପବିତ୍ର ସହେନ୍ଦ ଘେରକୁ ଆସିଥିଲେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଓ ୨୩୦ ପ୍ରମାଣ ସହ କୋର୍ଟରେ ଚାର୍ଜସିଟ ଦାଖଲ କରିଛି କର୍ଣ୍ଣାଟକ ପୁଲିସ । ତେବେ ମାମଲରେ ଆଉ ୧୭ଜଣଙ୍କ ହାଜତକୂ ନେଇ ଜେରା କରୁଛି ପୁଲିସ । ମାମଲାରେ ଦର୍ଶନ ଓ ପବିତ୍ରା ଏବେ ଜେଲରେ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe