କନକ ବ୍ୟୁରୋ : କର୍ଣ୍ଣାଟକର ବହୁ ଚର୍ଚ୍ଚିତ ରେଣୁକାସ୍ୱାମୀ ହତ୍ୟାମାମଲାରେଫିଟୁଛି ଗୁମର । ଜଣେ ସୁପରଷ୍ଟାର କାହିଁକି ବା ନିଜ ପ୍ରଶଂସକଙ୍କ ହତ୍ୟା କରିବ ? କ‘ଣ ବା ଘଟିଲା କିଅପହରଣଓ ହତ୍ୟା କରିବାକୁ ପଛାଇଲେନି ? ଦୀର୍ଘ ଦୁଇମାସହେବ ଏପରି ଅନେକ ପ୍ରଶ୍ନ ଗୁଡ଼େଇ ତୁଡ଼େଇ ହେଉଥିବାବେଳେ ଏବେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏଚାଞ୍ଚଲ୍ୟକର ତଥ୍ୟ । କନ୍ନଡ ସିନେ ଦୁନିଆର ହାଟଥ୍ରୋବ ଦର୍ଶନ ଓ ତାଙ୍କ ପ୍ରେମିକା ପବିତ୍ରା କେମିତି, କାହିଁକି ପ୍ରଶଂସକ ରେଣୁକାସ୍ୱାମୀଙ୍କ ହତ୍ୟା କରିଥିଲେ ସେକଥା ବଖାଣିଛି ପୁଲିସ୩ହଜାର ୯୯୯ ଫର୍ଦ୍ଦର ଚାର୍ଜସିଟ

Advertisment

ସୂଚନାଅନୁସାରେ ଦର୍ଶନ ଓ ପବିତ୍ରାଙ୍କ ପ୍ରେମ ସର୍ମ୍ପକ ଭିତରେ କଂଟା ସାଜିଥିଲା ରେଣୁକାସ୍ୱାମୀପବିତ୍ରାଙ୍କୁ ଏକତରଫା ପ୍ରେମ କରିବା ସହ ବାହା ହେବାକୁ ଜିଦ କରି ଏ ପ୍ରକାର ପାଗଳପ୍ରେମୀ ସାଜିଥିଲାସ୍ଥିତି ଏଭଳି ହେଲା କି ଦର୍ଶନ ଓ ପବିତ୍ରା ଏକାଠି ମିଶିହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ । ହତ୍ୟା ପରେ ସମସ୍ତପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତ ଚେଷ୍ଟା କରିଥିଲେ ।

ତେବେ ମାମଲାରେ ଦର୍ଶନ ଓ ପବିତ୍ରାଙ୍କ ବ୍ୟତିତ୧୭ଜଣଙ୍କୁ ଗିରଫ କରାଯାଇଛି ।ଜୁନ ୯ରେ ରେଣୁକାସ୍ୱାମୀଙ୍କ ମୃତଦେହ ମିଳିଥିଲା । ବେଙ୍ଗାଲୁରୁ ଆପାର୍ଟମେଯଂଟରେ ଶବ ମିଳିବା ପରେ ଉଭୟ ଦର୍ଶନ ଓ ପବିତ୍ର ସହେନ୍ଦ ଘେରକୁ ଆସିଥିଲେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଓ୨୩୦ ପ୍ରମାଣ ସହ କୋର୍ଟରେ ଚାର୍ଜସିଟ ଦାଖଲ କରିଛି କର୍ଣ୍ଣାଟକପୁଲିସ । ତେବେ ମାମଲରେ ଆଉ ୧୭ଜଣଙ୍କ ହାଜତକୂ ନେଇ ଜେରା କରୁଛି ପୁଲିସ । ମାମଲାରେ ଦର୍ଶନ ଓ ପବିତ୍ରା ଏବେଜେଲରେ ଅଛନ୍ତି ।