କନକ ବ୍ୟୁରୋ: ଏନସିପି ନେତା ଶରଦ ପାୱାରଙ୍କ ନୂଆ ଖୁଲାସା, ଯାହାକି ବିଜେପି ଓ ନିର୍ବାଚନ କମିସନଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଅଭିଯୋଗକୁ ବଳ ଦେଉଛି । ନାଗପୁରରେ ପାୱାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ନୂଆଦିଲ୍ଲୀରେ ଦୁଇଜଣ ବ୍ୟକ୍ତି ସାକ୍ଷାତ କରିଥିଲେ ଓ ରାଜ୍ୟର ୨୮୮ ଆସନରୁ ୧୬୦ ଆସନରେ ଜିତାଇ ଦେବାକୁ ଗ୍ୟାରେଣ୍ଟି ଦେଇଥିଲେ । ପାୱାର ସେହି ଦୁଇଜଣଙ୍କୁ ରାହୁଲ ଗାନ୍ଧୀଙ୍କ ସହ ପରିଚିତ କରାଇବା ସହ ସେମାନେ ନିର୍ବାଚନ ଜିତାଇ ଦେବାକୁ କହୁଥିବା ଜଣାଇଥିଲେ । କିନ୍ତୁ ରାହୁଲ ଏଥିପ୍ରତି ଧ୍ୟାନ ନଦେଇ ସିଧା ଲୋକଙ୍କ ପାଖକୁ ଯିବା ପାଇଁ ପରାମର୍ଶ ଦେଇଥିଲେ ବୋଲି ଶରଦ ପାୱାର କହିଛନ୍ତି । ତେବେ ପାୱାର ଦୁଇବ୍ୟକ୍ତିଙ୍କ ନାଁ କିମ୍ବା ଠିକଣା ପ୍ରକାଶ କରିନାହାନ୍ତି । ପାୱାରଙ୍କ ଏହି ଖୁଲାସା ଭୋଟ୍ ଚୋରି ଆଡ଼କୁ ଇଙ୍ଗିତ କରୁଛି ।
ଶରଦ ପାୱାରଙ୍କ ବଡ଼ ଦାବି
ଦୁଇଜଣ ବ୍ୟକ୍ତି ତାଙ୍କୁ ଭେଟିଥିଲେ
ମହାରାଷ୍ଟ୍ରରେ ୧୬୦ ଆସନରେ ଜିତାଇ ଦେବାକୁ ଗ୍ୟାରେଣ୍ଟି ଦେଇଥିଲେ
ପାୱାର ଦୁଇଜଣଙ୍କୁ ରାହୁଲ ଗାନ୍ଧୀଙ୍କ ପରିଚିତ କରାଇଥିଲେ
ଏଥିପ୍ରତି ଧ୍ୟାନ ନଦେଇ ଲୋକଙ୍କ ପାଖକୁ ଯିବାକୁ କହିଥିଲେ ରାହୁଲ
ପାୱାରଙ୍କ ଖୁଲାସା ରାହୁଲ ଗାନ୍ଧୀଙ୍କ ‘ଭୋଟ୍ ଚୋରି’ ଅଭିଯୋଗକୁ ବଳ ଦେଉଛି
ପାୱାରଙ୍କ ଖୁଲାସା ‘ଭୋଟ୍ ଚୋରି’ ଆଡ଼କୁ ଇଙ୍ଗିତ କରୁଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/08/09/18-2025-08-09-21-26-16.jpg)