ଆମେରିକାରେ ପ୍ରବଳ ତୁଷାରପାତ: ମିସିଗାନରେ ୧୦୦ରୁ ଅଧିକ ଗାଡ଼ିର ଭୟାବହ ଧକ୍କା, ସାଧାରଣ ଜୀବନ ଅସ୍ଥବ୍ୟସ୍ଥ

Advertisment

ଆମେରିକାର ମଧ୍ୟ-ପଶ୍ଚିମ ଅଞ୍ଚଳରେ ପ୍ରବଳ ତୁଷାରପାତ ସାଧାରଣ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାହତ କରିଦେଇଛି। ଏହି ଝଡ଼ର ସବୁଠାରୁ ଖରାପ ପ୍ରଭାବ ମିସିଗାନ ରାଜ୍ୟରେ ଦେଖିବାକୁ ମିଳିଛି

ଆମେରିକାର ମଧ୍ୟ-ପଶ୍ଚିମ ଅଞ୍ଚଳରେ ପ୍ରବଳ ତୁଷାରପାତ ସାଧାରଣ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାହତ କରିଦେଇଛି। ଏହି ଝଡ଼ର ସବୁଠାରୁ ଖରାପ ପ୍ରଭାବ ମିସିଗାନ ରାଜ୍ୟରେ ଦେଖିବାକୁ ମିଳିଛି

America

କନକ ବ୍ୟୁରୋ :ଆମେରିକାର ମଧ୍ୟ-ପଶ୍ଚିମ ଅଞ୍ଚଳରେ ପ୍ରବଳ ତୁଷାରପାତ ସାଧାରଣ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାହତ କରିଦେଇଛି । ଏହି ଝଡ଼ର ସବୁଠାରୁ ଖରାପ ପ୍ରଭାବ ମିସିଗାନ ରାଜ୍ୟରେ ଦେଖିବାକୁ ମିଳିଛି । ପ୍ରବଳ ତୁଷାରପାତ ଓ ଅତ୍ୟନ୍ତ ଦୁର୍ବଳ ଦୃଶ୍ୟମାନ୍ୟତା ଯୋଗୁ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ରାଜପଥରେ ୧୦୦ରୁ ଅଧିକ ଗାଡ଼ି ପରସ୍ପର ସହିତ ପଛକୁ ପଛ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାକୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ସବୁଠାରୁ ଗୁରୁତର ଶୀତକାଳୀନ ଘଟଣା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି ।

ଆହୁରି ପଢନ୍ତୁ : ପୁଣି ଧମକ ଦେଲେ ଟ୍ରମ୍ପ : ଶାନ୍ତି ବୋର୍ଡରେ ଯୋଗ ନ ଦେଲେ ଲାଗିବ ୨୦୦% ଶୁଳ୍କ

ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଦୁର୍ଘଟଣା ସମୟରେ ପ୍ରବଳ ତୁଷାରପାତ ହେଉଥିଲା । ରାସ୍ତା ଧଳା ବରଫର ଚାଦରରେ ଆଚ୍ଛାଦିତ ହୋଇଥିଲା । ଯାହା ଫଳରେ ରାସ୍ତାକୁ ସ୍ପଷ୍ଟ ଭାବରେ ଦେଖିବା କଷ୍ଟକର ହୋଇପଡ଼ିଥିଲା । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଗୋଟିଏ ଗାଡ଼ି ହଠାତ୍ ରାସ୍ତାରୁ ଖସିଯାଇଥିଲା । ପଛରେ ଥିବା ଗାଡ଼ିଗୁଡ଼ିକ ସମୟ ମଧ୍ୟରେ ବ୍ରେକ୍ ଦେଇପାରିଲେ ନାହିଁ । ଫଳରେ ପଛକୁ ପଛ ଗୋଟିଏ ପରେ ଗୋଟିଏ ଗାଡ଼ି ଧକ୍କା ହୋଇଥିଲା । କିଛି ସେକେଣ୍ଡ ମଧ୍ୟରେ ଏହା ଏକ ବଡ଼ ଦୁର୍ଘଟଣାରେ ପରିଣତ ହୋଇଥିଲା ।

ଚାଳକମାନେ ନିଜ ନିଜ ଗାଡ଼ିକୁ ନିୟନ୍ତ୍ରଣ କରିବାକୁ ସମୟ ପାଇଡ଼ଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଦଳ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ଖରାପ ପାଗ ଯୋଗୁ ଉଦ୍ଧାର କାର୍ୟ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ପ୍ରବଳ ତୁଷାରପାତ ରାସ୍ତା ଅବରୋଧ କରିଥିବାବେଳେ ଦୃଶ୍ୟମାନତା ହ୍ରାସ ପାଇଛି । ପ୍ରବଳ ଥଣ୍ଡା ପବନ ହାଇପୋଥର୍ମିଆ ହେବାର ଆଶଙ୍କା ସୃଷ୍ଟି କରିଛି । ବହୁ ଲୋକ ସେମାନଙ୍କ ଗାଡ଼ି ଭିତରେ ଫସି ରହିଛନ୍ତି । ସେମାନଙ୍କ ପାଖରେ ପହଞ୍ଚିବାକୁ ବହୁତ ସମୟ ଲାଗିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଉଦ୍ଧାର ହୋଇଥିବା ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe