କନକ ବ୍ୟୁରୋ : ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ପୂରା ପରିବାର । ମୁମ୍ବାଇର ପୂର୍ବ ଚେମ୍ବୁରର ଏଏନ ଗାୟକୱାଡ ମାର୍ଗରେ ଥିବା ସିଦ୍ଧାର୍ଥ କଲୋନିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି ।
ନିଆଁରେ ଗୋଟିଏ ପରିବାରର ୭ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଇଲେକଟ୍ରିକ ୱାୟାରିଂରୁ ତଳ ମହଲାରୁ ଉପର ମହଲା ଯାଏଁ ନିଆଁ ବ୍ୟାପିଥିବା ଜଣାପଡ଼ିଛି । ପୋଲିସ ଓ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚିଛି । ପରିବାର ଲୋକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/PE9VsIEKJiTZOrX6HRMp.jpg)