ସେମିକନ୍ ଇଣ୍ଡିଆ-୨୦୨୫ର ଉଦ୍‌ଘାଟନ, ସେମିକଣ୍ଡକ୍ଟର ହେଉଛି ‘ଡିଜିଟାଲ ଡାଇମଣ୍ଡ’

Advertisment

କାରଣ ସେମିକଣ୍ଡକ୍ଟର ଶିଳ୍ପକୁ ପ୍ରୋତ୍ସାହନ ପାଇଁ, ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ବିସ୍ତୃତ ଚର୍ଚ୍ଚା ହେବ । ସେମିକଣ୍ଡକ୍ଟରକୁ ଡିଜିଟାଲ ଡାଇମଣ୍ଡ ଅର୍ଥାତ ହୀରା ସହିତ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ ।

କାରଣ ସେମିକଣ୍ଡକ୍ଟର ଶିଳ୍ପକୁ ପ୍ରୋତ୍ସାହନ ପାଇଁ, ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ବିସ୍ତୃତ ଚର୍ଚ୍ଚା ହେବ । ସେମିକଣ୍ଡକ୍ଟରକୁ ଡିଜିଟାଲ ଡାଇମଣ୍ଡ ଅର୍ଥାତ ହୀରା ସହିତ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ ।

44

କନକ ବ୍ୟୁରୋ : ଦିଲ୍ଲୀରେ ଆୟୋଜିତ ଚତୁର୍ଥ ସେମିକନ୍ ଇଣ୍ଡିଆ ସମିଟ୍‌କୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ରାଜଧାନୀରେ ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ଅନେକ ଦୃଷ୍ଟିରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । କାରଣ ସେମିକଣ୍ଡକ୍ଟର ଶିଳ୍ପକୁ ପ୍ରୋତ୍ସାହନ ପାଇଁ, ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ବିସ୍ତୃତ ଚର୍ଚ୍ଚା ହେବ । ସେମିକଣ୍ଡକ୍ଟରକୁ ଡିଜିଟାଲ ଡାଇମଣ୍ଡ ଅର୍ଥାତ ହୀରା ସହିତ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତବର୍ଷରୁ ଭାରତ ନିର୍ମିତ ସେମିକଣ୍ଡକ୍ଟରର ଚିପ୍‌ର ବ୍ୟାବସାୟିକ ଉତ୍ପାଦନ ଆରମ୍ଭ ହୋଇଯିବ ବୋଲି ମୋଦୀ ଆଶ୍ୱାସନା ଦେଇଛନ୍ତି । ସ୍ୱଦେଶୀ ନିର୍ମିତ ସେମିକଣ୍ଡକ୍ଟରରେ ସମସ୍ତ ଅତ୍ୟାଧୁନିକ ବିଶେଷତ୍ୱ ରହିବ । 

ଗାମୀ କିଛିବର୍ଷରେ ସେମିକଣ୍ଡକ୍ଟର ବଜାର ୧ଲକ୍ଷ କୋଟି ଡଲାର ଛୁଇଁବ
ଯେଉଁଥିରେ ଭାରତର ସବୁଠାରୁ ବଡ଼ ଭାଗିଦାରୀ ରହିବ
ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରରେ ୨୦୨୧ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି
ଏହି କ୍ଷେତ୍ରରେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି
ପ୍ରକଳ୍ପ ପ୍ରତିଷ୍ଠା ପାଇଁ କାଗଜ କାମକୁ କମ୍ କରି ସିଙ୍ଗିଲ ୱିଣ୍ଡୋ ଅନୁମୋଦନକୁ ଗୁରୁତ୍ୱ ଦିଆଯାଉଛି

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଚିପସେଟ୍‌କୁ ଉଦ୍‌ଘାଟନ କରି ଏହାର ନାମକରଣ ବିକ୍ରମ- ୩୨ ବିଟ୍‌ ପ୍ରୋ ଚିପ୍‌ ରଖାଯାଇଛି । ଯାହାକୁ ପ୍ରସ୍ତୁତ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ । ଆଗକୁ ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯେକୌଣସି ବୈଦ୍ୟୁତିକ ଉପକରଣର ମସ୍ତିଷ୍କ ଭାବେ କାମ କରେ ସେମିକଣ୍ଡକ୍ଟର । ତେଣୁ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ଚୀନ, ତାଇୱାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଭଳି ଦେଶ ଉପରେ ନିର୍ଭରଶୀଳତାକୁ କମ୍ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe