କନକ ବ୍ୟୁରୋ : ମିଳିଲା ଦ୍ବିତୀୟ ବ୍ଲାକବକ୍ସ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ସ୍ଥଳରୁ ଦ୍ବିତୀୟ ବ୍ଲାକ ବକ୍ସ ଉଦ୍ଧାର ତଦନ୍ତକାରୀ ଟିମ୍ । କକପିଟ୍ ଭଏସ ରେକଡର ବ୍ଲାକ ବକ୍ସ ମିଳିଥିବା ନେଇ ପିଟିଆର ପକ୍ଷରୁ ସୂଚନା ଦିଆଯାଇଛି । ଏହାଦ୍ବାରା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି । ବ୍ଲାକବକ୍ସ ଜବତ ହୋଇଥିବା ନେଇ ତଦନ୍ତକାରୀ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କୁ ଅବଗତ କରିଛନ୍ତି । 

Advertisment

ଗତକାଲି ପିକେ ମିଶ୍ର ବିମାନଦୁର୍ଘଟଣା ସ୍ଥଳ ବୁଲିବା ସ୍ଥଳୀର ଛାନଭିନ କରିବା ସହ ହସ୍ପିଟାଲରେ ଆହତମାନଙ୍କୁ ଭେଟିଥିଲେ । ପୂର୍ବରୁ ବିମାନ ଦୁର୍ଘଟଣାର ତଦନ୍ତରକାରୀ ଟିମ୍  ବିମାନ ଡାଟା ରେକର୍ଡର ଜବତ କରିଥିଲା । ଆଉ ଏବେ କକପିଟ୍ ଭଏସ ରେକର୍ଡର ଜତବ ହୋଇଛି । ଉଭୟ ବ୍କାକ ବକ୍ସ ଯଥା ଏଫଡିଆର ଏବଂ ସିଭିଆରକୁ ଠାବ କରିବା ସହ ସୁରକ୍ଷିତ ରଖଯାଇଛି । 

ଆନ୍ତର୍ଜାତୀୟ ନିୟମ ଅନୁଯାୟୀ, ବିମାନ ଦୁର୍ଘଟଣାର ତଦନ୍ତରକାରୀ ଟିମ୍ ଏବଂ ଆମେରିକା ନ୍ୟାସନାଲ ଟ୍ରାନ୍ସର୍ପୋଟେସନ ସେଫ୍ଟି ବୋର୍ଡ ସମାନ୍ତରଣ ଭାବେ ତଦନ୍ତ ଚଳାଇଛନ୍ତି । ବାସ୍ତବ କ’ଣ ତୃଟି ଥିଲା ତା’ର ପ୍ରକୃ ତ କାରଣ ଜାଣିବାକୁ ଚେଷ୍ଟା ଜାରିରହିଛି । ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କ ସହ ମୋଟ ୨୭୦ ଜଣଙ୍କ ଜୀବନ ଯାଇଛି ।