ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା; ଇଶ୍ୱରଙ୍କୁ ରାଜନୀତିଠୁ ଦୂରେଇ ରଖିବାକୁ ଦେଲେ ପରାମର୍ଶ

Advertisment

ଲଡୁ ବିବାଦରେ ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । କୋର୍ଟଙ୍କ ପ୍ରଶ୍ନ ଏସଆଇଟି ତଦନ୍ତ ଭିତରେ କ’ଣ ପାଇଁ ଗଣମାଧ୍ୟମକୁ ବୟାନ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଇଶ୍ୱରଙ୍କୁ ରାଜନୀତିଠୁ ଦୂରେଇ ରଖିବାକୁ ଦେଲେ ପରାମର୍ଶ ।

ଲଡୁ ବିବାଦରେ ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । କୋର୍ଟଙ୍କ ପ୍ରଶ୍ନ ଏସଆଇଟି ତଦନ୍ତ ଭିତରେ କ’ଣ ପାଇଁ ଗଣମାଧ୍ୟମକୁ ବୟାନ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଇଶ୍ୱରଙ୍କୁ ରାଜନୀତିଠୁ ଦୂରେଇ ରଖିବାକୁ ଦେଲେ ପରାମର୍ଶ ।

Tirupati Laddu Row

କନକ ବ୍ୟୁରୋ : ତିରୁପତି ଲଡୁ ବିବାଦ ମାମଲାରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଅଦାଲତ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇସାରିବା ପରେ ସରକାର ଗଣମାଧ୍ୟମରେ କ’ଣ ପାଇଁ ବୟାନ ଦେଉଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏଥିସହ କୋର୍ଟ କହିଛନ୍ତି ଈଶ୍ଵରଙ୍କୁ ରାଜନୀତିଠାରୁ ଦୂରେଇ ରଖାଯିବା ଦରକାର ବିଚାରପତି ବି.ଆର. ଗୋଗଇ କହିଥିଲେ, ଏସଆଇଟି ତଦନ୍ତ ସରିନାହିଁ । ଟିମ ତଦନ୍ତ ରିପୋର୍ଟ ଦେଇନାହିଁ । ତା’ ପୂର୍ବରୁ ଗଣମାଧ୍ୟମକୁ ଯିବା କ’ଣ ଆବଶ୍ୟକ ରହିଛି ।

ଆନ୍ଧ୍ର‌ପ୍ରଦେଶ ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ ମୁକୁଲ ରୋହତାଗୀଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ତିରୁପତି ତିରୁମାଲା ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗକୁ ନେଇ ଆନ୍ଧ୍ରପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି । ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ଚର୍ବି ଓ ମାଛ ତେଲ ମିଶା ଯାଉଥିବା ନେଇ ଶାସକ ଟିଡିପି ଅଭିଯୋଗ କରିଛି । ଏହାକୁ ନେଇ ୱାଇଏସ୍‌ଆର୍‌ କଂଗ୍ରେସର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe