କନକ ବ୍ୟୁରୋ : ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ମାଗଣା ଉପହାର ଓ ଯୋଜନା ଦେଇ ଭୋଟ ମାଗିଥାନ୍ତି । ଏହାକୁ ବିରୋଧ କରି ସୁପ୍ରିମକୋର୍ଟ ଏକ ଆବେଦନ ଉପରେ ଆଜି ଶୁଣାଣୀ କରିଥିଲେ । ଶୁଣାଣି କରି କୋର୍ଟ ମୁଖ୍ୟ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ପଠାଇଛନ୍ତି । ଏଭଳି ପ୍ରତିଶ୍ରୁତି ଉପରେ କଟକଣା ଲଗାଇବାକୁ ଆବଶ୍ୟକ ପଦକ୍ଷେପ ଉଠାଇବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି କୋର୍ଟ ।
ଆବେଦନରେ ଏକଥା ଦାବି କରାଯାଇଛି ଯେ, ମାଗଣା ଉପହାର ଓ ଯୋଜନାକୁ ଲାଞ୍ଚ ଭାବେ ଘୋଷଣା କରାଯାଉ । ତେବେ ଆବେଦନକାରୀ ଏକଥା ମଧ୍ୟ କହିଥିଲେ ଯେ ମାଗଣା ଉପହାର ପ୍ରତିଶ୍ରୁତି ଦ୍ବାରା ଆର୍ଥିକ ବୋଝ ବଢ଼ୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/ajUHgTADl353gfmWTDV7.jpg)