କନକ ବ୍ୟୁରୋ : ଉତ୍ତରକାଶୀରେ ଦୁଇ ଦିନ ତଳେ ଆସିଥିବା ଅଚାନକ ପ୍ରଳୟଙ୍କରୀ ବନ୍ୟାରେ ଧରାଲି ଗାଁ ଓ ଆଖପାଖ ଅଞ୍ଚଳର ଶତାଧିକ କୋଠା ଓ ରାସ୍ତାଘାଟ ନିଶ୍ଚିହ୍ନ ହୋଇଯାଇଛି । ଇସ୍ରୋ ଉପଗ୍ରହରୁ ନିଆଯାଇଥିବା ଚିତ୍ର ଏବେ ସାମ୍ନାକୁ ଆସିଛି । ଏଥିରେ ପୂର୍ବର ଓ ପରର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଭୂସ୍ଖଳନ ପୂର୍ବରୁ ଧରାଲିରେ ସ୍ଥିତି ସ୍ବାଭାବିକ ଥିଲା । କିନ୍ତୁ ଏହା ପରର ଚିତ୍ର ଛାତି ଥରାଇ ଦେଲାଭଳି ହୋଇଛି ।
ପୂରା ଧରାଲି ଗାଁ ମାଟି ତଳେ ଦବି ରହିଛି । ଅନେକ ଘର, କୋଠା ଓ ହୋଟେଲ , ଗାଡି ମୋଟର ଦବି ରହିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଶେଷଜ୍ଞମାନେ କହିଛନ୍ତି ଯେ ସେମାନେ ଗ୍ଲେସିୟର ଭୁଶୁଡ଼ିବା ଆଶଙ୍କାକୁ ଅନୁଧ୍ୟାନ କରୁଛନ୍ତି । ଧରାଲି କ୍ଷୟକ୍ଷତି ଅତି ଭୀଷଣ ବୋଲି ଆକଳନ କରାଯାଇଛି । ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର ସ୍ୟାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି ଯେ ଉତ୍ତରାଖଣ୍ଡର ଉପର ମୁଣ୍ଡର ବନ୍ୟା ଯୋଗୁ ଆବର୍ଜନାର ବିଶାଳ ପାହାଡ଼ ସୃଷ୍ଟି ହୋଇଛି । ଏକ ବିରାଟ ଅଞ୍ଚଳ ଆବର୍ଜନାରେ ଭରିଯାଇଛି । ଭାଗୀରଥି ଏବଂ କ୍ଷୀର ଗଙ୍ଗା ନଦୀର ଏକ ବଡ଼ ଅଂଶ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କୋଠା ଓ ରାସ୍ତାଘାଟ ସବୁକିଛି ଆବର୍ଜନାରେ ପୋତି ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/08/74-2025-08-08-15-12-14.jpg)