କନକ ବ୍ୟୁରୋ ସୁପ୍ରିମକୋର୍ଟ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ସଞ୍ଜୀବ ଖନ୍ନା। କେନ୍ଦ୍ର ସରକାରଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ସୁପାରିଶ । ନଭେମ୍ବର ୧୦ରେ ଅବସର ନେବେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ସରି ଆସୁଥିବା ହେତୁ ସେ ସୁପ୍ରିମ୍କୋର୍ଟର ଆନୁଷ୍ଠାନିକ ଭାବେ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନାମ ସୁପାରିସ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ଅନୁମୋଦନ ଦେବା ପରେ ଶୀର୍ଷ ପଦ ପାଇଁ ଜଣେ ବରିଷ୍ଠ ବିଚାରପତି ନିଯୁକ୍ତ ହୁଅନ୍ତି । ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ୨୦୨୨ ମସିହା ନଭେମ୍ବର ୯ ତାରିଖରେ ଆରମ୍ଭ ହୋଇଥିଲା । ସମ୍ବିଧାନ ଅନୁଯାୟୀ ସୁପ୍ରିମକୋର୍ଟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ନେଇଥାନ୍ତି । ତାଙ୍କର କାର୍ଯ୍ୟକାଳ ଆମାଗୀ ନଭେମ୍ବର ମାସରେ ସରିବାକୁ ଯାଉଛି ।ଡିୱାଇ ଚନ୍ଦ୍ରଚୁଡଙ୍କ ସ୍ଥାନ ନେବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ।
- ଜଷ୍ଟିସ ସଞ୍ଜୀବ ଖାନ୍ନା ୧୯୮୩ ମସିହାରେ ଓକିଲାତି ଆରମ୍ଭ କରିଥିଲେ ।
- ଦିଲ୍ଲୀର ବାର କାଉନସିଲରେ ଆଡଭୋକେଟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ।
- ତାଙ୍କ ଅଭିଜ୍ଞତାରେ ଆୟକର ବିଭାଗର ସିନିୟର ଷ୍ଟାଣ୍ଡିଂ କାଉନସେଲ କରାଯାଇଥିଲା ।
- ଜଷ୍ଟିସ ସଞ୍ଜୀବ ଖାନ୍ନା ବର୍ତ୍ତମାନ ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ।
- ଭୋପାଳର ଜାତୀୟ ଜୁଡିସିଆଲ୍ ଏକାଡେମୀର ପରିଚାଳନା ପରାମର୍ଶଦାତା ସଦସ୍ୟ ଅଟନ୍ତି ଖାନ୍ନା ।
- ଜଷ୍ଟିସ୍ ଖାନ୍ନା ଦିଲ୍ଲୀ ଜୁଡିସିଆଲ୍ ଏକାଡେମୀ ଚେୟାରମ୍ୟାନ୍ ଥିଲେ ।
- ଆନ୍ତର୍ଜାତୀୟ ଆର୍ବିଟ୍ରେସନ୍ ସେଣ୍ଟରର ସମେତ ଅନେକ ସମ୍ମାନଜନକ ପଦବୀରେ ରହି ଆସିଛନ୍ତି ।
- ୨୦୦୫ ମସିହାରେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବରେ ନିଯୁକ୍ତ ହୋଇଥିଲେ ।
- ୨୦୦୬ରେ ସ୍ଥାୟୀ ବିଚାରପତି ହୋଇଥିଲେ ଜଷ୍ଟିସ୍ ଖାନ୍ନା ।
- ଜାନୁଆରୀ ୨୦୧୯ରେ ତାଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତ କରାଯାଇଥିଲା ।