Sachin Tendulkar's son : ସଚିନ୍‌ଙ୍କ ପୁଅର ହେଲା ନିର୍ବନ୍ଧ, ବାହାଘର ଡେଟ୍‌ ହେଉଛି...

ଉଭୟ ପରିବାରର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ନିର୍ବନ୍ଧ ଶେଷ ହୋଇଛି । ଉଭୟଙ୍କୁ ପୂର୍ବରୁ ଅନେକ ସମୟରେ ଏକାଠି ସ୍ପଟ୍‌ କରାଯାଇଛି । ଅର୍ଜୁନଙ୍କ ଭଉଣୀ ସାରା ମଧ୍ୟ ସାନିଆଙ୍କର ଘନିଷ୍ଠ ବନ୍ଧୁ । ଉଭୟ ପୂର୍ବରୁ ଏକାଠି ସାଥୀ ହୋଇ ସୋସିଆଲ ମିଡିଆରେ ଫଟୋ ଛାଡିଛନ୍ତି

Sachin

Sachin Photograph: (Kanak News)

କନକ ବ୍ୟୁରୋ: ଅର୍ଜୁନ ତେନ୍ଦୁଲକରଙ୍କ ନୂଆ ଇନିଂସ୍‌ । ସଚିନ ତେନ୍ଦୁଲକରଙ୍କ ଘରେ ବାଜିବ ଶାହାନାଇ । ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ଶେଷ ହୋଇଛି । ମୁମ୍ବାଇର ପ୍ରତିଷ୍ଠିତ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ସାନିଆ ଚଣ୍ଡୋକଙ୍କ ସହ ଅର୍ଜୁନଙ୍କର ନିର୍ବନ୍ଧ ହୋଇଛି ।

ଉଭୟ ପରିବାରର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ନିର୍ବନ୍ଧ ଶେଷ ହୋଇଛି । ଉଭୟଙ୍କୁ ପୂର୍ବରୁ ଅନେକ ସମୟରେ ଏକାଠି ସ୍ପଟ୍‌ କରାଯାଇଛି । ଅର୍ଜୁନଙ୍କ ଭଉଣୀ ସାରା ମଧ୍ୟ ସାନିଆଙ୍କର ଘନିଷ୍ଠ ବନ୍ଧୁ । ଉଭୟ ପୂର୍ବରୁ ଏକାଠି ସାଥୀ ହୋଇ ସୋସିଆଲ ମିଡିଆରେ ଫଟୋ ଛାଡିଛନ୍ତି । ଅର୍ଜୁନ ଆଇପିଏଲରେ ମୁମ୍ବାଇ ଟିମର ସଦସ୍ୟ ରହିଛନ୍ତି । ଏବେ ପର୍ଯ୍ୟନ୍ତ ଭାରତୀୟ ଦଳ ପକ୍ଷରୁ ଖେଳିବାକୁ ସୁଯୋଗ ପାଇନାହାନ୍ତି ଅର୍ଜୁନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe