କନକ ବ୍ୟୁରୋ : ପୁଣି ଏକ ବଡ଼ ବିମାନ ଦୁର୍ଘଟଣା । ୫୦ ଜଣଙ୍କୁ ନେଇଯାଉଥିବା ରୁଷର ଏକ ବିମାନ ଆମୁର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀଙ୍କ ସହ ୬ ଜଣ ବିମାନ କର୍ମଚାରୀ ପ୍ରାଣ ହରାଇଛନ୍ତି । ବିମାନର ଧ୍ୱଂସାବଶେଷ ଠାବ କରାଯାଇଛି ।
ରୁଷ୍ ଆଙ୍ଗାରା ଏୟାର ଲାଇନ୍ସର ଏଏନ୍-୨୪ ବିମାନଟି ଭ୍ଲାଗୋଭେସଚେନ୍ସକରୁ ଚୀନ ସୀମାକୁ ଲାଗିଥିବା ଆମୁର ଅଞ୍ଚଳର ତାଇଣ୍ଡା ଅଭିମୁଖେ ଯାଉଥିଲା । ଗନ୍ତବ୍ୟସ୍ଥଳରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ଏବଂ ବିମାନଟି ରାଡାର ସ୍କ୍ରନରୁ ଉଭେଇ ଯାଇଥିଲା ।
ତାଇଣ୍ଡାଠାରୁ ୧୬ କିଲୋମିଟର ଦୂର ଏକ ପାର୍ବତ୍ୟାଞ୍ଚଳରୁ ବିମାନର ଧ୍ୱଂସାବଶେଷ ଠାବ କରାଯାଇଛି । ନିଆଁ ଜଳୁଛି ଓ ଅଞ୍ଚଳ ପୂରା ଧୂଆଁମୟ ଦେଖିବାକୁ ମିଳିଛି । ଯାତ୍ରୀ କିମ୍ୱା କୌଣସି ବିମାନ କର୍ମଚାରୀଙ୍କ ପତ୍ତା ମିଳିନାହିଁ । ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ, ସମସ୍ତଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।
ତାଇଣ୍ଡା ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି, ଅବତରଣ ପୂର୍ବରୁ ବିମାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଆଖପାଖରେ ଉଡୁଥିବା ଏକ ହେଲିକପ୍ଟର କର୍ମଚାରୀ ପାର୍ବତ୍ୟାଞ୍ଚଳରେ ଏକ ବିମାନ ଜଳୁଥିବା ଦେଖିଛନ୍ତି । ବିମାନ ପାଖକୁ ଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବିମାନ ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ । ଯାନ୍ତ୍ରିକ ତ୍ରୁଟି କିମ୍ୱା ଖରାପ ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/24/russian-plane-crashes-2025-07-24-21-13-46.jpg)