କନକ ବ୍ୟୁରୋ : ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ଋଷିଆ ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନର ଭଗ୍ନାବଶେଷ ଋଷିଆର ଆମୁର ଅଞ୍ଚଳରେ ଠାବ ହୋଇଛି । ଏପର୍ଯ୍ୟନ୍ତ ଯାତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ପୂରା ବିମାନ ମଧ୍ୟ ମିଳିପାରିନାହିଁ । ୫୦ ଯାତ୍ରୀ ନିଖୋଜ ଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଯାତ୍ରୀବାହୀ ବିମାନ ଆନ ଆନ -୨୪ ସହ ଋଷିଆ ଏୟାର ଟ୍ରାଫିକର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଋଷର ଜରୁରୀକାଳୀନ ମନ୍ତ୍ରାଳୟ କହିଛି ଯେ ସାଇବେରିଆ ଆଧାରିତ ଏୟାରଲାଇନ୍ ଆଙ୍ଗାରା ଦ୍ୱାରା ପରିଚାଳିତ ଏକ ବିମାନ ତା’ର ଗନ୍ତବ୍ୟସ୍ଥଳ ଟାଇଣ୍ଡା ଆଡ଼କୁ ଯାଉଥିବା ବେଳେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା । ଟାଇଣ୍ଡା ହେଉଛି ଚୀନ୍ ସୀମାବର୍ତ୍ତୀ ଅମୁର ଅଞ୍ଚଳର ଏକ ସହର ।
ପ୍ରାଥମିକ ତଥ୍ୟ ଅନୁଯାୟୀ, ବିମାନରେ ୫ ଶିଶୁଙ୍କ ସହ ୪୩ ଜଣ ଯାତ୍ରୀ, ଏବଂ ଛଅ ଜଣ କ୍ରୁ ସଦସ୍ୟ ଥିଲେ । ବିମାନକୁ ଖୋଜିବା ପାଇଁ ସମସ୍ତ ଆବଶ୍ୟକୀୟ ବଳ ଏବଂ ଉପାୟ ଅବଲମ୍ବନ କରାଯାଇଛି । ବିମାନଟି ତା’ର ଗନ୍ତବ୍ୟସ୍ଥଳଠାରୁ ମାତ୍ର କିଛି କିଲୋମିଟର ଦୂରରେ ଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ବୋଲି ବିଶ୍ୱାସ କରାଯାଉଛି । ଋଷିୟ ସମ୍ବାଦ ସଂସ୍ଥା ଟାସ୍ ଅନୁଯାୟୀ, ଆନ ଆନ-୨୪ ବିମାନ ଟାଇଣ୍ଡା ବିମାନବନ୍ଦରଠାରୁ କିଛି କିଲୋମିଟର ଦୂରରେ ଥିବା ବେଳେ ଯୋଗାଯୋଗ କରିବାରେ ବିଫଳ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/24/rassia-2025-07-24-14-40-43.jpg)