କନକ ବ୍ୟୁରୋ : ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି, ପୁଟିନଙ୍କ ଗସ୍ତ ତାରିଖ ଖୁବଶୀଘ୍ର ରୁଷ୍ ଘୋଷଣା କରିବ । କ୍ରେମଲିନର ପ୍ରେସ୍ ସେକ୍ରେଟାରୀ ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ଏବଂ ଏଥିପାଇଁ ରୁଷ୍ ପ୍ରସ୍ତୁତି ଆରମ୍ଭ କରିବ ବୋଲି ପେସ୍କୋଭ କହିଛନ୍ତି ।
ଚଳିତ ବର୍ଷ ଜୁଲାଇ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆରେ ପୁଟିନଙ୍କୁ ଭେଟିଥିଲେ । ଏହି ବୈଠକରେ ଦୁଇ ନେତାଙ୍କ ଘନିଷ୍ଠତା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । ୟୁକ୍ରେନ ଉପରେ ରୁଷର ଆକ୍ରମଣର ପ୍ରାୟ ଦୁଇ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ପ୍ରଥମ ରୁଷିଆ ଗସ୍ତ ଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନେକ ବାର ରୁଷ ରାଷ୍ଟ୍ରପତି ପୁଟିନ ପ୍ରସଂଶା କରିଛନ୍ତି ଏବଂ ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତର ଭୂମିକା ଗୁରୂତ୍ୱପୂର୍ଣ୍ଣ ବୋଲି ଅତୀତରେ ପୁଟିନ କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/19/YD2noJRuOoKsM6tsEyJs.jpg)