କନକ ବ୍ୟୁରୋ : ପ୍ରଶାନ୍ତ ମହାସାଗରେ ଶକ୍ତି ଦେଖାଉଛନ୍ତି ରୁଷିଆଓ ଚୀନ ସେନା। ମିଳିତ ସମରାଭ୍ୟାସରେ ଉଭୟ ଚୀନ, ରୁଷିଆର ନୌସେନା ଓ ବାୟୁସେନା କରୁଛନ୍ତି ଜୋରଦାରଗର୍ଜନ । ଦକ୍ଷିଣ ଚୀନ ସାଗରରୁ ଆରମ୍ଭ କରି ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ଏହି ଦୁଇ ଦେଶ ଜୋରଦାରକରୁଛନ୍ତି ଯୁଦ୍ଧାଭ୍ୟାସ । ସୋଭିଏତ ୟୁନିୟନ ଭଙ୍ଗ ହେବା ପରେ ପ୍ରଥମ ଥର ଏହି ଦୁଇ ଦେଶ ଏତେ ବଡ ଧରଣରଶକ୍ତି ପ୍ରଦର୍ଶନ କରୁଛନ୍ତି । ଆଉ ଏଭଳି କରି ଆମେରିକା ଓ ନାଟୋ ଦେଶଙ୍କୁ ପ୍ରମାଣିତ କରି ଦେଖାଇଛନ୍ତିସେମାନେ ବିଶ୍ୱର ବଡ଼ ବଡ଼ ଶକ୍ତି । ଏହି ସମରାଭ୍ୟାସରେ ଦୁଇଦେଶର ବ୍ୟାପକ ସେନା ସାମିଲ ହୋଇଛନ୍ତି । ଏହିବିଶାଳ ସମରାଭ୍ୟାସକୁ ‘ଓସିଏନ୍-୨୦୨୪’ନାମ ଦିଆଯାଇଛି ।ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ,
ସମୁଦ୍ରରେ ମିଳିତ ଶକ୍ତି ପ୍ରଦର୍ଶନ
- ମଝି ସମୁଦ୍ରରେ ରୁଷିଆ – ଚାଇନାରବାରୁଦ ଖେଳ
- ପ୍ରଶାନ୍ତ ମହାସାଗରରେ ଶକ୍ତି ଦେଖାଉଛନ୍ତିପୁଟିନ୍- ଜିନ୍ପିଙ୍ଗ୍
- ସୋଭିଏତ ଯୁଗ ଶେଷ ହେବା ପରେ ସବୁଠାରୁବଡ଼ ଯୁଦ୍ଧାଭ୍ୟାସ
- ଜାପାନ ନିକଟରେ ରୁଷିଆ ଓ ଚାଇନାସେନା ଦେଖାଉଛନ୍ତି ପରାକ୍ରମ
- ରୁଷିଆ ଓ ଚୀନର ୪୦୦ରୁ ଅଧିର ଯୁଦ୍ଧଜାହାଜ, ବୁଡ଼ା ଜାହାଜ ସମରାଭ୍ୟାସରେ ସାମିଲ
- ୧୨୦ଟି ଏୟାରକ୍ରାଫ୍ଟ ଯୁଦ୍ଧାଭ୍ୟାସରେସାମିଲ
- ଦୁଇ ଦେଶର ୯୦ହଜାରରୁ ଅଧିକ ସେନାକରୁଛନ୍ତି ଅଭ୍ୟାସ
ଆମେରିକାକୁପୁଟିନ୍ଙ୍କ ସିଧା ଟାର୍ଗେଟ୍ । ମସ୍କୋକୁ ହାଲୁକାରେ ନ ନନେବାକୁଚେତାବନୀ ।ରୁଷିଆ ଓ ନାଟୋ ଦେଶ ମଧ୍ୟରେ ବିବାଦ ଦୀର୍ଘ ବର୍ଷଧରି ଲାଗି ରହିଛି । ଆଉ ୟୁକ୍ରେନ୍ ଯୁଦ୍ଧକୁ ନେଇ ପରୋକ୍ଷରେ ଚୀନକୁ ଦାୟୀ କରିଛି ନାଟୋ । ଏହି କଥାକୁସହଜରେ ଗ୍ରହଣ କରି ନାହାଁନ୍ତି ଉଭୟ ଦେଶ । ୟୁକ୍ରେନ୍ ଯୁଦ୍ଧରେ ଯେଉଁଭଳି ଭାବେ ନାଟୋ ଦେଶ ରୁଷିଆବିରୋଧରେ ଷଡ଼ଯନ୍ତ୍ର ଚଳାଇଛନ୍ତି । ଯାହାକୁ ମସ୍କୋ ଆଦୌ ହାଲୁକାରେ ନେବନାହିଁ ବୋଲି ଧମକ ଦେଇଛନ୍ତିରାଷ୍ଟ୍ରପତି ପୁଟିନ୍ ।
ଆଉ ସମୁଦ୍ର ଭିତରେ ଏବେ ଉଭୟ ରୁଷିଆ ଓ ଚାଇନା ନିଜ ଶକ୍ତି ଦେଖାଇ ଆମେରିକାକୁଚେତାବନୀ ଦେଇଛନ୍ତି । ସମୁଦ୍ର ମଝିରେ ରୁଷିଆ ଓ ଚାଇନାର ୱାର ସିପ୍ ବାରୁଦ ବର୍ଷା କରୁଛନ୍ତି । ଆମେରିକାଓ ନାଟୋ ଦେଶକୁ ଦେଖାଉଛନ୍ତି ଯେ, ସେମାନେ କାହାକୁ କରନ୍ତି ନାହିଁ ଖାତିର । ମଙ୍ଗଳବାର ଏକ ମନ୍ତବ୍ୟଜାରି କରି କହିଛନ୍ତି, ବନ୍ଧୁ ରାଷ୍ଟ୍ର ସହ ସାମରିକ ସହଭାଗିତାକୁବୃଦ୍ଧି କରିବା ପାଇଁ ଏ ଯୁଦ୍ଧାଭ୍ୟାସ ଏକ ବଡ଼ ପ୍ରୟାସ । ଏହି ଯୁଦ୍ଧାଭ୍ୟାସ ଦ୍ୱାରା ଆମେ ଶତ୍ରୁ ରାଷ୍ଟ୍ରବିଶେଷ କରି ଆମେରିକାକୁ ଚେତାଇ ଦେବାକୁ ଚାହୁଁଛୁ ଯେ, ମସ୍କୋକୁ ସେମାନେ ଆଦୌ ହାଲୁକାରେ ନିଅନ୍ତୁନାହିଁ ।
ଗତ ରବିବାର ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବାଏହି ଯୁଦ୍ଧାଭ୍ୟାସ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଦୁଇ ଦେଶର ପରାକ୍ରମଦେଖିବା ପାଇଁ ୧୫ଟି ବନ୍ଧୁ ରାଷ୍ଟ୍ରକୁ ବି ନିମନ୍ତ୍ରଣ କରିଛନ୍ତି ରୁଷିଆ ଓ ଚୀନ ।