ମଣିପୁର ହିଂସା ପଛରେ ମିଆଁମାର, ବାଂଲାଦେଶ ଉଗ୍ରବାଦୀ ସଂଗଠନ !

Advertisment

ଉଗ୍ରବାଦୀଙ୍କ ନିକଟରେ ବିଦେଶୀ ହତିଆର ଆସୁଛି କେଉଁଠୁ, କିଏ ଏମାନଙ୍କୁ ହାଇଟେକ ହତିଆର ଯୋଗାଉଛି ?

ଉଗ୍ରବାଦୀଙ୍କ ନିକଟରେ ବିଦେଶୀ ହତିଆର ଆସୁଛି କେଉଁଠୁ, କିଏ ଏମାନଙ୍କୁ ହାଇଟେକ ହତିଆର ଯୋଗାଉଛି ?

Manipur

କନକ ବ୍ୟୁରୋ : ମଣିପୁରରେ କମୁନି ହିଂସା । ବିଭିନ୍ନ ସ୍ଥାନରୁ ଛୋଟ ବଡ଼ ଉତ୍ତେନାପୂର୍ଣ୍ଣ ଘଟଣା ସାମ୍ନାକୁ ଆସୁଛି । ସବୁଠୁ ଚିନ୍ତାର ବିଷୟ ହେଉଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନରେ ରକେଟ, ଗୋଳାବାରୁଦ ଓ ଡ୍ରୋନ ଜବତ କରାଯାଇଛି ।

ଏବେ ପ୍ରଶ୍ନ ଉଠୁଛି ଉଗ୍ରବାଦୀଙ୍କ ନିକଟରେ ବିଦେଶୀ ହତିଆର ଆସୁଛି କେଉଁଠୁ, କିଏ ଏମାନଙ୍କୁ ହାଇଟେକ ହତିଆର ଯୋଗାଉଛି ? ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ମଣିପୁର ହିଂସା ପଛରେ ମିଆଁମାରର ହାତ ଥାଇପାରେ । କେବଳ ସେତିକି ନୁହେଁ ବାଂଲାଦେଶର କିଛି ନିଦ୍ଧିଷ୍ଟ ଉଗ୍ରବାଦୀ ସଂଗଠନରେ ମଧ୍ୟ ହାତ ଥାଇପାରେ ବୋଲି ଗୁଇନ୍ଦା ବିଭାଗ ସହେନ୍ଦହ ପ୍ରକାଶ କରୁଛି । ଆଁକାରର ଆତଙ୍କୀ ମଣିପୁର ହିଂସ ଉସକାଉଥିବା ଆଶଙ୍କା ରହିଛି । ସେପଟେ ରାଜ୍ୟରେ ଶାନ୍ତି ଫେରାଇବା ଦାବିରେ ଆଜି ବି ଛାତ୍ରସଂଗଠନ ରାସ୍ତାକୁ ଓହ୍ଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe