କନକ ବ୍ୟୁରୋ : ଋଷରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବାପରେ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ୧୨ଟି ରାଷ୍ଟ୍ର ପାଇଁ ବିପଦ ବଢ଼ିଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ସୁନାମି ବିପର୍ଯ୍ୟୟ ଥମିବ ନାହିଁ ଏବଂ  ୧ ମାସ ପର୍ଯ୍ୟନ୍ତ ପରବର୍ତ୍ତୀ କମ୍ପନ ଜାରି ରହିବ ବୋଲି ଆମେରିକାର ଚେତାବନୀ ଲୋକଙ୍କୁ ଆତଙ୍କିତ କରିଛି । ଜାପାନ ପାଇଁ ସବୁଠାରୁ ବଡ଼ ବିପଦ ଆଶଙ୍କା ରହିଥିବାରୁ ସବୁ ଅଞ୍ଚଳରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଛି । ଋଷର କାମ୍‌ଚାଟ୍‌କାରେ ଆସିଥିବା ଭୂମିକମ୍ପ ପ୍ୟାସିଫିକ୍‌ ପ୍ଲେଟ୍‌ ଓ ୟୁରେସିଆନ ପ୍ଲେଟ୍‌ ମଧ୍ୟରେ ଥିବା  ଜୋନ୍‌ରେ ଘଟିଥିଲା । ଯାହା ଏକ ଭୂମିକମ୍ପପ୍ରବଣ ବିପଦପୂର୍ଣ୍ଣ ଅଞ୍ଚଳ । ଏହା ପ୍ରଶାନ୍ତ ମହାସାଗରରେ ଅବସ୍ଥିତ  ୧୨ଟି ଦେଶରେ ସୁନାମି ବିପଦ ସୃଷ୍ଟି କରିଥିବା ବେଳେ ଜାପାନ ହିଁ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା ରହିଛି ।  ଆମେରିକାର ହାଓ୍ୱାଇରେ ୫ ଦଶମିକ ୭ ଫୁଟ ଉଚ୍ଚ ସୁନାମି ଆସିଥିବା ବେଳେ କାଲିଫର୍ଣ୍ଣିଆ, ଓରେଗନ୍‌  ଓ ଆଲାସ୍କାରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଏତେ ବଡ଼ ସୁନାମି ବିପଦ ଭିତରେ ରୁଷରେ କୌଣସି ଜୀବନ ହାନି ଘଟିନାହିଁ । ଋଷର ମଜଭୁତ ସୁରକ୍ଷା ବ୍ୟବସ୍ଥା ଯୋଗୁ ଏହା ସମ୍ଭବ ହୋଇଛି ।  

Advertisment

ସୁନାମିର ପ୍ରଭାବ ଶୂନ
ଋଷର ରକ୍ଷା କବଚ
ଋଷିଆରେ ସୁନାମି ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ 
ଋଷିଆର ପୂର୍ବ ଦୂରବର୍ତ୍ତୀ ଅଞ୍ଚଳ-କାମଚାଟକା ଓ କୁରିଲ ଦ୍ୱୀପରେ ତିନିଟି ଚେତାବନୀ କେନ୍ଦ୍ର  
ଏହା ସୁନାମି ଚେତାବନୀ ପାଇଁ କାର୍ଯ୍ୟ କରେ, ଭୂକମ୍ପ ଓ ସମୁଦ୍ର ଜଳସ୍ତର ପର୍ଯ୍ୟବେକ୍ଷଣ କରେ
କାମଚାଟକାରେ ଭୂମିକମ୍ଫର ୧୦ ମିନିଟ ପୂର୍ବରୁ ସତର୍କ ସୂଚନା ଜାରି  
ପ୍ରଭାବିତ ଅଞ୍ଚଳର ଜନସଂଖ୍ୟା କମ୍ ରହିଥିବାରୁ ସ୍ଥାନାନ୍ତର ସହଜ ହୋଇଥିଲା
ଏହି ସମୟରେ ସ୍କୁଲ ଓ କଲେଜ ଛୁଟି ଥିଲା
କାମଚାଟକାରେ ନିମ୍ନ ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା 
ସୁନାମିର ପ୍ରଭାବ କମିବା ପରେ ପର୍ଯ୍ୟଟକମାନେ ପୁଣି ନିଜ ଯାତ୍ରା ଆରମ୍ଭ କରିଛନ୍ତି 
ଋଷିଆର ଜରୁରି ସେବା ମନ୍ତ୍ରଣାଳୟ ଏଦିଗରେ ଅଧିକ ତତ୍ପର  
ଭୂକମ୍ପ-ପ୍ରତିରୋଧୀ ନିର୍ମାଣ ମାନଦଣ୍ଡ ଅନୁସରଣ କରି ଭୂକମ୍ପରେ କ୍ଷୟକ୍ଷତି ହ୍ରାସ  
ସୁନାମି ମୁକାବିଲା ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି
ଋଷିଆ ଗ୍ଲୋବାଲ ସୁନାମି ଚେତାବନୀ ନେଟୱର୍କ ସହ ସମନ୍ୱୟ ରକ୍ଷା କରି କାମ  
ଜାପାନ ଓ ଚିଲି ପରି ଦେଶମାନଙ୍କ ସହ ରୁଷ ତଥ୍ୟ ଆଦାନପ୍ରଦାନ କରିଥାଏ