କନକ ବ୍ୟୁରୋ: ଦେଶରେ କୋଭିଡ୍ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ ପାଲଟିଲାଣି । ଗତ ୨୪ ଘଣ୍ଟାରେ ୩୦୬ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ୬ ଜଣଙ୍କ ଜୀବନ ନେଇଛି ଭୂତାଣୁ । ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରିବାକୁ ହେଲେ ଏଣିକି ମନ୍ତ୍ରୀମାନଙ୍କୁ ଓ ଅନ୍ୟମାନଙ୍କୁ କରିବାକୁ ହେବ ଆରଟିପିସିଆର ଟେଷ୍ଟ୍ ।

Advertisment

ଦେଖୁ ଦେଖୁ  ଦେଶରେ ବଢୁଛି କରୋନା ସଂକ୍ରମଣ । ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ ଓ ପଶ୍ଚିମବଙ୍ଗରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୩୦୬ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ୬ ଜଣଙ୍କ ଜୀବନ ନେଇଛି କରୋନାର ନୂଆ ଭୂତାଣୁ । ୬ଜଣଙ୍କ ମୃତକଙ୍କ ମଧ୍ୟରୁ କେରଳରୁ ୩ ଜଣ କର୍ଣ୍ଣାଟକରେ ୨, ମହାରାଷ୍ଟ୍ରରେ ଜଣେ ରହିଛନ୍ତି । ସେପଟେ ୧୦ଦିନ ମଧ୍ୟରେ ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ସହ ୪୦ଜଣଙ୍କ ମୃତ୍ୟୁ ହୋଇଛି । ବୁଧବାର ସକାଳ ସୁଦ୍ଧା ଦେଶରେ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୧୨୧ରେ ପହଞ୍ଚିଥିବା ବେଳେ ୭୩ ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ସବୁଠୁ ଅଧିକ ସଂକ୍ରମିତ ୨୨୨୩, ଗୁଜରାଟରେ ୧୨୨୩, ଦିଲ୍ଲୀରେ ୭୫୭ ଓ ପଶ୍ଚିମବଙ୍ଗରେ ୭୪୭ ରୋଗୀ ଚିହ୍ନଟ ହେଲେଣି ।

ସେପଟେ ପିଏମଓରୁ ଜାରି ହୋଇଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆସୁଥିବା ମନ୍ତ୍ରୀମାନଙ୍କର ଏଣିକି ଆରଟିପିସିଆର ଟେଷ୍ଟ୍ କରାଯିବ । ବୈଠକ ପୂର୍ବରୁ କୋଭିଡ ପରୀକ୍ଷା ପାଇଁ କୁହାଯାଇଛି । ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ପିଏମଓ ପକ୍ଷରୁ ସତର୍କତା ଆପଣାଯାଇଛି । ମାର୍ଚ୍ଚ ମାସ ଶେଷ ସପ୍ତାହରେ କରୋନା ଭୂତାଣୁ ଓମିକ୍ରନର ଉପପ୍ରଜାତି ଜେଏନଡଟ ୱାନରେ ସଂକ୍ରମିତ ପ୍ରଥମ ବ୍ୟକ୍ତି ଚିହ୍ନଟ ହେବା ପରେ ଏହା ବଢୁଛି । ତେବେ ପୂର୍ବ ଭୂତାଣୁ ପରି ନୂଆ ଭୂତାଣୁ ସଂକ୍ରମିତଙ୍କ ନିକଟରେ ସମାନ ଲକ୍ଷଣ ପ୍ରକାଶ ପାଉଛି । ଥଣ୍ଡା, ଜ୍ବର, କାଶ, ମୁଣ୍ଡବିନ୍ଧା, ଗଳା ଦରଜ ପରି ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି । ତେବେ ଲକ୍ଷଣ ପ୍ରକାଶ ପାଇଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି ।