North Korea : କିମ୍‌ଙ୍କ ବଡ଼ ନିର୍ଦ୍ଦେଶ : ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ

ଉତ୍ତର କୋରିଆ ଦୀର୍ଘଦିନ ଧରି ଆମେରିକା ଓ ଦକ୍ଷିଣ କୋରିଆର ମିଳିତ ସମରାଭ୍ୟାସକୁ ନିନ୍ଦା କରିଆସୁଛି । କିମ୍‌ଙ୍କ ନଜରରେ ଶତ୍ରୁ ଏମିତି ସମରାଭ୍ୟାସ କରିବାର ଅର୍ଥ ହେଉଛି ଆକ୍ରମଣ । ତେଣୁ ଉତ୍ତରକୋରିଆକୁ ବି ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ ସବୁ ପ୍ରତିକୂଳ ପରିସ୍ଥିତିକୁ ଆଖି ଆଗରେ ରହି ବୋଲି କିମ୍‌ କହିଛନ୍ତି

kim-jong

kim-jong Photograph: (Kanak News)

କନକ ବ୍ୟୁରୋ : ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଉତ୍ତରକୋରିଆ । ସୈନ୍ୟଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ କିମ୍‌ । ହେଲେ କିମ୍‌ କାହା ସହ ଯୁଦ୍ଧ କରିବେ ଓ କେବେ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହାପରେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିବା ପରେ ଚର୍ଚ୍ଚା କିନ୍ତୁ ଜୋର । 

ଉତ୍ତର କୋରିଆର ମୁଖ୍ୟ କିମ୍ ଦେଶର ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ପଶ୍ଚିମାଞ୍ଚଳରେ ଥିବା ଏକ ପ୍ରମୁଖ ସାମରିକ ପରିଚାଳନା ପରରିଦର୍ଶନ କରିବା ପରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣକଥା ହେଲା, ଆମେରିକା ଓ ଦକ୍ଷିଣକୋରିଆ ମିଳିତ ଭାବରେ ସାମରିକ ସମରାଭ୍ୟାସ କରୁଥିବା ବେଳେ କିମ୍‌ଙ୍କ ଏମିତି ଘୋଷଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । 

ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, କିମ୍ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେନାକୁ ଯୁଦ୍ଧ ପ୍ରସ୍ତୁତିକୁ ଏକ ନୂଆ ସ୍ତରକୁ ନେବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି, ଆମ ସେନାକୁ ନିଜର ଯୁଦ୍ଧ କ୍ଷମତାକୁ ଦ୍ରୁତ ଗତିରେ ବୃଦ୍ଧି କରିବା ଏବଂ ସମ୍ପୂର୍ଣ୍ଣ ଯୁଦ୍ଧ ପ୍ରସ୍ତୁତି ପାଇଁ ପ୍ରକୃତ ଯୁଦ୍ଧ ଅଭ୍ୟାସକୁ କ୍ରମାଗତ ଭାବେ ଜାରି ରଖିବା ଉଚିତ୍। 

ଉତ୍ତର କୋରିଆ ଦୀର୍ଘଦିନ ଧରି ଆମେରିକା ଓ ଦକ୍ଷିଣ କୋରିଆର ମିଳିତ ସମରାଭ୍ୟାସକୁ ନିନ୍ଦା କରିଆସୁଛି । କିମ୍‌ଙ୍କ ନଜରରେ ଶତ୍ରୁ ଏମିତି ସମରାଭ୍ୟାସ କରିବାର ଅର୍ଥ ହେଉଛି ଆକ୍ରମଣ । ତେଣୁ ଉତ୍ତରକୋରିଆକୁ ବି ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ ସବୁ ପ୍ରତିକୂଳ ପରିସ୍ଥିତିକୁ ଆଖି ଆଗରେ ରହି ବୋଲି କିମ୍‌ କହିଛନ୍ତି ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଆକ୍ରମଣ ପୂର୍ବରୁ ଚଳିତ ବର୍ଷର "ଫ୍ରିଡମ୍ ସିଲ୍ଡ" ଅଭ୍ୟାସରେ ଗତବର୍ଷ ତୁଳନାରେ ଦୁଇଗୁଣ ସୈନ୍ୟ ଅଂଶଗ୍ରହଣ କରୁଛନ୍ତି ଏବଂ ଏଥିରେ ୪୮ଟି ଫିଲ୍ଡ ଅଭ୍ୟାସ ଅନ୍ତର୍ଭୁକ୍ତ, ଯେଉଁଥିରେ ମିସାଇଲ୍ ପ୍ରତିରୋଧ, ବୋମାମାଡ଼ ଏବଂ ଲାଇଭ୍-ଫାୟାରିଂ ଭଳି କାର୍ଯ୍ୟକ୍ରମ ରହିଛି । ଏହାର ଜବାବରେ ଉତ୍ତର କୋରିଆ ମଧ୍ୟ ନିଜର ଅସ୍ତ୍ରଶସ୍ତ୍ର ପରୀକ୍ଷଣ ଜାରି ରଖିଛି ।

ଚଳିତବର୍ଷ ଜାନୁଆରି ମାସରେ କିମ୍ ଦକ୍ଷିଣ କୋରିଆକୁ ଏକ ଶତ୍ରୁ ରାଷ୍ଟ୍ର ଭାବେ ବର୍ଣ୍ଣନା କରିବା ସହ ପୁଣି ଥରେ ମିଶିବା ଅସମ୍ଭବ ବୋଲି କହିଥିଲେ । ପରେ ପରେ ଉଭୟ ଦେଶ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଆଉ ଏମିତି ସମୟରେ କିମ୍‌ ଯେଉଁ ଫୈସଲା ନେଇଛନ୍ତି ତାହା ଚର୍ଚ୍ଚା ହେବା ସ୍ବାଭାବିକ । ସେପଟେ, ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତ ହେଉଛି, କୋରିଆ ଉପଦ୍ୱୀପରେ ଉତ୍ତେଜନାକୁ ଆହୁରି ବଢ଼ାଇବାର ଆଶଙ୍କା ରହିଛି । ଉତ୍ତର କୋରିଆ ୟୁକ୍ରେନ ବିରୋଧରେ ଲଢିବା ପାଇଁ ଋଷକୁ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଉଛି । ଯାହା ଦ୍ୱାରା ତା'ର ସୈନ୍ୟମାନେ ପ୍ରକୃତ ଯୁଦ୍ଧର ଅନୁଭୂତି ହାସଲ କରିପାରିବେ । ଏହା ଦକ୍ଷିଣ କୋରିଆ ପାଇଁ ଏକ ଚିନ୍ତାର କାରଣ ପାଲଟିଛି । ତେବେ ଆମେରିକା ଏନେଇ ଏଯାବତ୍‌ କୌଣସି ପ୍ରତିକ୍ରିୟା ଦେଇନଥିବାରୁ ପୂରା ବିଶ୍ବର ନଜର ଏବେ ଉତ୍ତରକୋରିଆ ଓ ଆମେରିକା ଉପରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe