କନକ ବ୍ୟୁରୋ : ସାମ୍ନାକୁ ଆସିଲା ଅପରେସନ ସିନ୍ଦୂର ୱାର ରୁମର ପ୍ରଥମ ଚିତ୍ର । ଯେଉଁ ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ଭାରତ ସେହି ୨୨ମିନିଟକୁ ଏକାଠି ନୀରିକ୍ଷଣ କରିଥିଲେ ସିଡିଏସଙ୍କ ସହ ୩ ସେନା ମୁଖ୍ୟ । ପହଲଗାମ ପ୍ରତିଶୋଧ ନେଇ ମେ ୭-୮ ମଧ୍ୟ ରାତିରେ ଭାରତ କରିଥିଲା ଅପରେସନ ସିନ୍ଦୂର । ପାକିସ୍ତାନର ଆତଙ୍କୀ ଆଡାକୁ ମାଟିରେ ମିଶାଇଥିଲେ ଭାରତୀୟ ସେନା ।

Advertisment

ତେବେ ୱାର ରୁମରୁ ଟିକିନିକି ନୀରିକ୍ଷଣ କରିଥିଲେ ସେନାଧିକାରୀ । ପହଲଗାମ ଆକ୍ରମଣର ବଦଲା ନେଇ ଅପରେସନ ସିନ୍ଦୂର କରିଥିଲା ଭାରତୀୟ ସେନା । ପାକିସ୍ତାନକୁ କଡା ଜବାବ ଦିଆଯାଇଥିଲା । ଏପରିକି ସିନ୍ଧୁ ଜଳଚୁକ୍ତି ବାତିଲ ହୋଇଥିଲା । ଯଦିଓ ପରେ ଅସ୍ତ୍ର ବିରତି ଘୋଷଣା କରାଯାଇଛି । ହେଲେ ବି ଅପରେସନ ସିନ୍ଦୂର ଏବେ ବି ଆତଙ୍କବାଦ ବିରୋଧରେ ଜାରି ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।