କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ; ସୁପ୍ରିମକୋର୍ଟ କହିଲେ ଧୈର୍ଯ୍ୟ ପରୀକ୍ଷା କରନି

Advertisment

ଗତ ୧୯ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ତଦନ୍ତ ପାଇଁ ଆଇପିଏସ୍ ଅଧିକାରୀଙ୍କୁ ନେଇ ଏକ ତିନିଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେବା ସହ ମଧ୍ୟପ୍ରଦେଶ ହାଇକୋର୍ଟରେ ପୃଥକ୍ ପ୍ରକ୍ରିୟା ଉପରେ ରୋକ୍ ଲଗାଇଥିଲେ । ଆଇନଜୀବୀ ବରୁଣ ଠାକୁର କହିଛନ୍ତି ଯେ ଏସ୍ଆଇଟି ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି ।

ଗତ ୧୯ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ତଦନ୍ତ ପାଇଁ ଆଇପିଏସ୍ ଅଧିକାରୀଙ୍କୁ ନେଇ ଏକ ତିନିଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେବା ସହ ମଧ୍ୟପ୍ରଦେଶ ହାଇକୋର୍ଟରେ ପୃଥକ୍ ପ୍ରକ୍ରିୟା ଉପରେ ରୋକ୍ ଲଗାଇଥିଲେ । ଆଇନଜୀବୀ ବରୁଣ ଠାକୁର କହିଛନ୍ତି ଯେ ଏସ୍ଆଇଟି ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି ।

Remarks against Col Sophia Qureshi

Photograph: (Kanak News)

କନକ ବ୍ୟୁରୋ : ଭାରତୀୟ ସେନା ଅଧିକାରୀ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହ ଉପଯୁକ୍ତ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବାରେ ବିଫଳ ହୋଇଥିବାରୁ ସୁପ୍ରିମ୍‌କୋର୍ଟ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏହି ବ୍ୟକ୍ତି ଜଣକ ଆମର ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି । ଏଭଳି ଅନ୍‌ଲାଇନ୍ କ୍ଷମାପ୍ରାର୍ଥନା ତାଙ୍କ ଉଦ୍ଦେଶ୍ୟକୁ ଦର୍ଶାଉଛି ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଶାହଙ୍କ ଓକିଲଙ୍କୁ କହିଛନ୍ତି । ବିଚାରପତି ସ୍ପଷ୍ଟ କରିଛନ୍ତି ଯେ, ଅନ୍‌ଲାଇନ୍‌ରେ ସେୟାର କରାଯାଇଥିବା ତଥାକଥିତ କ୍ଷମାପ୍ରାର୍ଥନା ପର୍ଯ୍ୟାପ୍ତ ନୁହେଁ ଏବଂ ଏହା ଶାହଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ ସୃଷ୍ଟି କରିଛି ।

ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟା ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମନ୍ତ୍ରୀଙ୍କ ଆଚରଣକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଶାହଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କେ ପରମେଶ୍ୱର କହିଛନ୍ତି ଯେ ସାର୍ବଜନୀନ କ୍ଷମା ପ୍ରାର୍ଥନା କରାଯାଇଛି ଏବଂ ଏହାକୁ କୋର୍ଟରେ ଦାଖଲ କରାଯିବ । ଏସ୍‌ଆଇଟି ୮୭ ଜଣଙ୍କୁ ପଚରାଉଚରା କରିବା ସହ ମନ୍ତ୍ରୀଙ୍କ ବୟାନର ସମୀକ୍ଷା କରୁଛି । ଶାହଙ୍କ ଇସ୍ତଫା ଦାବି କରି କଂଗ୍ରେସ ନେତ୍ରୀ ଜୟା ଠାକୁରଙ୍କ ଆବେଦନ ଉପରେ ବିଚାର କରିବାକୁ କୋର୍ଟ ମନା କରିଦେଇଛନ୍ତି । କିନ୍ତୁ ପିଟିସନରେ ଉଠିଥିବା କେତେକ ଅଭିଯୋଗର ଏସ୍‌ଆଇଟି ତଦନ୍ତ କରିବ ବୋଲି କହିଛନ୍ତି ।

ମେ ମାସରେ ଶାହ ଏକ ସାର୍ବଜନୀନ ଅଭିଭାଷଣରେ ଭାରତୀୟ ସେନାର ଅପରେସନ ସିନ୍ଦୂର ବ୍ରିଫିଂର ପ୍ରମୁଖ ବ୍ୟକ୍ତିତ୍ୱ କର୍ଣ୍ଣେଲ କୁରେଶୀଙ୍କୁ ଆତଙ୍କବାଦୀଙ୍କ ଭଉଣୀ ବୋଲି ବର୍ଣ୍ଣନା କରିବା ପରେ ବିବାଦ ସୃଷ୍ଟି କରିଥିଲେ । ଏକ ଭିଡିଓ କ୍ଲିପ୍‌ରେ ବ୍ୟାପକ ଭାବେ ପ୍ରସାରିତ ହୋଇଥିବା ଏହି ମନ୍ତବ୍ୟକୁ ବିରୋଧୀ ଓ ନାଗରିକ ସମାଜ ତୀବ୍ର ନିନ୍ଦା କରିଛନ୍ତି । ପରେ ମଧ୍ୟପ୍ରଦେଶ ହାଇକୋର୍ଟ ଏହି ମନ୍ତବ୍ୟକୁ ‘ଅନୁପଯୁକ୍ତ’ ବୋଲି କହିଥିଲେ । ଏହି ଉତ୍ତେଜନା ପରେ ଶାହଙ୍କ ବିରୋଧରେ ଶତ୍ରୁତା ଓ ଘୃଣାକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଏତଲା ରୁଜୁ କରାଯାଇଥିଲା ।

ଗତ ୧୯ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ତଦନ୍ତ ପାଇଁ ଆଇପିଏସ୍ ଅଧିକାରୀଙ୍କୁ ନେଇ ଏକ ତିନିଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେବା ସହ ମଧ୍ୟପ୍ରଦେଶ ହାଇକୋର୍ଟରେ ପୃଥକ୍ ପ୍ରକ୍ରିୟା ଉପରେ ରୋକ୍ ଲଗାଇଥିଲେ । ଆଇନଜୀବୀ ବରୁଣ ଠାକୁର କହିଛନ୍ତି ଯେ ଏସ୍ଆଇଟି ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି । ଅଗଷ୍ଟ ୧୩ ପୂର୍ବରୁ ତଦନ୍ତ ଶେଷ ହେବ ବୋଲି ଏସ୍ଆଇଟି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିବା ଦର୍ଶାଇ ଠାକୁର କହିଛନ୍ତି, ଯେହେତୁ ସେ ସ୍ୱୀକାର କରୁଛନ୍ତି, ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରୁଛନ୍ତି, ତେଣୁ ତଦନ୍ତର କୌଣସି ଆବଶ୍ୟକତା ନାହିଁ, ତଥାପି ଆମେ ଅପେକ୍ଷା କରୁଛୁ । ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ରେ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe