କନକ ବ୍ୟୁରୋ: ରିଲାଏନ୍ସ ଅଂଶୀଦାର ମାନଙ୍କ ପାଇଁ ଖୁସି ଖବର। ନିବେଶ କରିଥିବା ନିବେଶକ ମାନଙ୍କୁ ୧ ଅନୁପାତ ୧ ହାରରେ ବୋନସ ସେୟାର ମିଳିପାରେ । ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୭ ତମ ଆନୁଆଲ ମିଟିଂକୁ ସମ୍ବୋଧନ କରି ମୁକେଶ ଅମ୍ବାନୀ ରିଲାଏନ୍ସ ଦେଶର ପ୍ରଥମ କମ୍ପାନୀ ଭାବେ ୧୦ଲକ୍ଷ କୋଟି ବାର୍ଷିକ ଆୟକୁ ଟପିଥିବା ସୂଚନା ଦେଇଥିଲେ। ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ୧୦ ଲକ୍ଷ ୧୨୨ କୋଟି ବ୍ୟବସାୟ କରିଛି। ଏହି ସମୟ ମଧ୍ୟରେ କମ୍ପାନୀ ୭୯ ହଜାର ୨୦କୋଟି ଟଙ୍କା ଲାଭ କରିଛି। ମୁକେଶ ତାଙ୍କ ଭାଷଣରେ ଜିଓକୁ ପ୍ରାଧାନ୍ୟ ଦେବା ସହିତ ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ଏହା ସହିତ ୧୦୦ ଜିବିର ଜିଓ କ୍ଲାଉଡ଼ ଷ୍ଟୋରେଜ ସ୍ପେଶ ମାଗଣାରେ ଦେବାକୁ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ।
ଦେଶର ପ୍ରଥମ ୧୦ଲକ୍ଷ କୋଟି ଟଙ୍କାର କମ୍ପାନୀ ହେଲା ରିଲାଏନ୍ସ ଇଣ୍ଡ୍ରଷ୍ଟ୍ରିଜ: ଏକ ଅନୁପାତ ଏକରେ ନିବେଶକଙ୍କୁ ମିଳିବ ବୋନସ ସେୟାର
Advertisment
Follow Us