ଋଷରୁ ତୈଳ କିଣି ଯୁଦ୍ଧ ପାଇଁ ଋଷକୁ ଶକ୍ତି ଯୋଗାଉଛି ଭାରତ । ପୁଣି ସମାଲୋଚନା କଲା ଆମେରିକା

Advertisment

ସାଧାରଣ ଭାରତୀୟଙ୍କ ଖର୍ଚ୍ଚରେ ବ୍ରାହ୍ମଣ ଲୋକମାନେ ଲାଭ ଉଠାଉଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନାଭାରୋ କହିଛନ୍ତି, ଭାରତ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଓ ମୋଦୀ ଜଣେ ବିଶିଷ୍ଟ ନେତା, କିନ୍ତୁ ମୋଦୀ କାହିଁକି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ସି. ଜିଙ୍ଗପିନଙ୍କ ସହ ହାତ ମିଶାଉଛନ୍ତି, ତାହା ଜଣାପଡୁନାହିଁ ।

ସାଧାରଣ ଭାରତୀୟଙ୍କ ଖର୍ଚ୍ଚରେ ବ୍ରାହ୍ମଣ ଲୋକମାନେ ଲାଭ ଉଠାଉଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନାଭାରୋ କହିଛନ୍ତି, ଭାରତ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଓ ମୋଦୀ ଜଣେ ବିଶିଷ୍ଟ ନେତା, କିନ୍ତୁ ମୋଦୀ କାହିଁକି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ସି. ଜିଙ୍ଗପିନଙ୍କ ସହ ହାତ ମିଶାଉଛନ୍ତି, ତାହା ଜଣାପଡୁନାହିଁ ।

122996729

କନକ ବ୍ୟୁରୋ : ଋଷରୁ ତୈଳ କିଣୁଥିବାରୁ ଭାରତକୁ ପୁଣି ଆମେରିକାର ସମାଲୋଚନା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ପୁଣି ଭାରତ ବିରୋଧରେ ବିଷୋଦଗାର କରିଛନ୍ତି । ଅଭିଯୋଗ କରିଛନ୍ତି ଯେ ଋଷରୁ ତୈଳ କିଣି ଭାରତ ପରୋକ୍ଷରେ ୟୁକ୍ରେନ ସହ ଯୁଦ୍ଧ ପାଇଁ ଋଷକୁ ଶକ୍ତି ଯୋଗାଉଛି । ସାଧାରଣ ଭାରତୀୟଙ୍କ ଖର୍ଚ୍ଚରେ ବ୍ରାହ୍ମଣ ଲୋକମାନେ ଲାଭ ଉଠାଉଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନାଭାରୋ କହିଛନ୍ତି, ଭାରତ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଓ ମୋଦୀ ଜଣେ ବିଶିଷ୍ଟ ନେତା, କିନ୍ତୁ ମୋଦୀ କାହିଁକି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ସି. ଜିଙ୍ଗପିନଙ୍କ ସହ ହାତ ମିଶାଉଛନ୍ତି, ତାହା ଜଣାପଡୁନାହିଁ । ୟୁକ୍ରେନ ଯୁଦ୍ଧ ଲାଗିବା ପରେ ଋଷରୁ ଭାରତ କମ୍ ଦରରେ ଅଧିକ ଅଶୋଧିତ ତୈଳ କିଣି ଶୋଧନ ପରେ ଆଫ୍ରିକା, ୟୁରୋପ୍ ଓ ଏସୀୟ ଦେଶଙ୍କୁ ଅଧିକ ଦରର ବିକୁଛି । ଏଥିରୁ କିଛି ଲୋକ, ବ୍ରାହ୍ଣଣମାନେ ଲାଭବାନ ହେଉଛନ୍ତି । ସାଧାରଣ  ଭାରତୀୟ ଏହା ବୁଝିବା ଦରକାର ଓ ଏଭଳି କାରବାର ବନ୍ଦ ହେବା ଉଚିତ ବୋଲି ନାଭାରୋ କହିଛନ୍ତି । ପୂର୍ବରୁ ମଧ୍ୟ ଭାରତକୁ ନାଭାରୋ ଏଭଳି ସମାଲୋଚନା କରିଥିଲେ । ତେବେ ନାଭାରୋଙ୍କ ଜାତିଗତ ବିଭେଦ ସୃଷ୍ଟିକାରୀ ବୟାନକୁ  ନେଇ ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।  

ପୁଣି ଭାରତକୁ ସମାଲୋଚନା
ଜାତିଗତ ବିଭେଦ ସୃଷ୍ଟିକାରୀ ବୟାନ
ଟ୍ରମ୍ପଙ୍କ ଉପଦେଷ୍ଟା ପିଟର ନାଭାରୋଙ୍କ ସମାଲୋଚନା
ଭାରତ ତୈଳ କିଣି ରୁଷକୁ ଶକ୍ତି ଯୋଗାଉଛି
ୟୁକ୍ରେନ ସହ ଯୁଦ୍ଧ ପାଇଁ ଋଷକୁ ଭାରତ ଶକ୍ତି ଦେଉଛି
ସାଧାରଣ ଲୋକଙ୍କ ଖର୍ଚ୍ଚରେ ବ୍ରାହ୍ମଣମାନେ ଲାଭବାନ
ପୁଟିନ ଓ ଜିନପିଙ୍ଗଙ୍କ ସହ କାହିଁକି ମୋଦୀ ସମ୍ପର୍କ ବଢ଼ାଉଛନ୍ତି : ପିଟର
ନାଭାରୋଙ୍କ ଜାତିଗତ ବିଭେଦ ସୃଷ୍ଟିକାରୀ ବୟାନକୁ ନେଇ ପ୍ରତିକ୍ରିୟା  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe